ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବା ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଆଜି ରାତି ୯ଟାରୁ ଲାଗୁ ହେବ ୧୪ ଦିନିଆ ଲକ୍ଡାଉନ୍। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ମହାନଗର ନିଗମରେ ଦିନକୁ ଦିନ କରୋନା ବେକାବୁ ହେବାରେ ଲାଗିଥିବାରୁ ଏପରି କଟକଣା ଲାଗୁ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଏହି ୧୪ ଦିନିଆ ଲକ୍ଡାଉନ୍ କଟକଣା ଆଜି ରାତି ୯ଟାରୁ ଲାଗୁ ହୋଇ ୩୧ ଜୁଲାଇ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଲୋକଙ୍କ ଯାଆସ ବନ୍ଦ ରହିବ । ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ ଓ ଅନୁଷ୍ଠାନ ବନ୍ଦ ରହିବ । କ୍ଷୀର, ପରିବା, ତେଜରାତି ଦୋକାନ ଆଦି ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ଖୋଲା ରହିବ ।
ଏହି ୪ଟି ଜିଲ୍ଲା ଓ ରାଉରକେଲାରେ ୧୪ ଦିନ ଲକ୍ଡାଉନ୍ ବେଳେ ସପ୍ତାହାନ୍ତ ଶଟଡାଉନ୍ କଟକଣା ଲାଗୁ ହେବ ନାହିଁ । ବାକି ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ଶଟଡାଉନ୍ ଲାଗୁ ହେବ । ତେବେ ଲକ୍ଡାଉନ୍ ସମୟରେ ଭୁବନେଶ୍ୱର ଓ କଟକ ଭିତରକୁ ଜରୁରୀ କାରଣ ନଥିଲେ କୌଣସି ଗାଡ଼ି ଛଡ଼ାଯିବ ନାହିଁ ।
ରାଜ୍ୟର ଅନ୍ୟ ସବୁ ଜିଲ୍ଲାରେ କରୋନା ଉଦ୍ବେଗଜନକ ସ୍ଥିତିରେ ପହଞ୍ଚି ନ ଥିବା ବେଳେ ଏହି ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ତେଣୁ ଏହି ୧୪ ଦିନିଆ ଲକ୍ଡାଉନ୍ ସମୟରେ ବ୍ୟାପକ ମାତ୍ରାରେ ସର୍ଭେଲାନ୍ସ ଓ ଟେଷ୍ଟିଂ କରାଯିବ। ତେଣୁ ସଂକ୍ରମଣ ରୋକିବାକୁ ହେଲେ ଏହି ଲକ୍ଡାଉନ୍ କଟକଣା ମାନିବାକୁ ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଯେଉଁମାନେ ଏହି କଟକଣାକୁ ଉଲ୍ଲଘଂନ କରିବେ ଆଇନ୍ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।
The post ଆଜି ରାତିରୁ ୧୪ ଦିନିଆ ଲକ୍ଡାଉନ୍ appeared first on Odisha Reporter.
from Odisha Reporter https://ift.tt/2OzHVIV
No comments:
Post a Comment