କରୋନା ପାଇଁ ମାନ୍ଦାବସ୍ଥା, ଅର୍ଥନୀତିକ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 16, 2020

କରୋନା ପାଇଁ ମାନ୍ଦାବସ୍ଥା, ଅର୍ଥନୀତିକ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଅନେକ ଦେଶ ଲକଡାଉନ ଏବଂ ଶଟଡାଉନର ସାମ୍ନା କରୁଛନ୍ତି। ଏହାଦ୍ୱାରା ଅନେକ ଦେଶର ଅର୍ଥନୀତି ଏବେ ଖରାପ ସ୍ଥିତିରେ ରହିଛି। ଏବେ ସମସ୍ତ ଦେଶ କରୋନା ସହିତ ଅର୍ଥନୀତିର ମୁକାବିଲା କରିବା ପାଇଁ ଅଣ୍ଟା ଭିଡୁଛନ୍ତି। ଏହି ଧାରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ୫୦ ଜଣ ବଡ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ମତାମତ ଗ୍ରହଣ କରିଛନ୍ତି। ଗୁରୁବାର ଅର୍ଥ ଏବଂ ବାଣିଜ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କୁ ଭେଟି ଏ ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।

ଲୋକଙ୍କର ଚାହିଦା କମିଛି। ତେଣୁ ଏହାକୁ କିଭଳି ବଢ଼ାଯିବ ସେ ଦିଗରେ ପ୍ରଧାନମନ୍ତ୍ରୀ ତ୍ୱରିତ ପଦକ୍ଷେପ ନେବାକୁ ବରିଷ୍ଠ ଅଧିକାରୀଙ୍କୁ ଆହ୍ୱାନ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଢ଼ ଘଣ୍ଟା ଧରି ଏହି ବୈଠକ ହୋଇଥିଲା। ଏହି ବୈଠକରେ ଅର୍ଥ ଏବଂ ବାଣିଜ୍ୟ ମନ୍ତ୍ରାଳୟର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଦେଶର ଅର୍ଥନୀତି ଉପରେ ପ୍ରଧାନମନ୍ତ୍ରୀଙ୍କ ଆଗରେ ପ୍ରେଜେଣ୍ଟେସନ ରଖିଥିଲେ।

ମୋଦି ବରିଷ୍ଠ ୫୦ ଜଣ ଅଧିକାରୀଙ୍କଠାରୁ ଇନପୁଟ୍ ନେଉଛନ୍ତି। ଏହାପୂର୍ବରୁ ସେ ଅର୍ଥନୀତିକ ପରାମର୍ଶଦାତା ପରିଷଦର ମୁଖ୍ୟ ତଥା ମୁଖ୍ୟ ଅର୍ଥନୀତିକ, ଅର୍ଥ ମନ୍ତ୍ରାଳୟ ଏବଂ ନୀତି ଆୟୋଗ ସହିତ ମଧ୍ୟ ତିନିଟି ପୃଥକ ବୈଠକ କରିଛନ୍ତି।

କରୋନା ଭାଇରସର ମୁକାବିଲା ପାଇଁ ସରକାର ମେ’ ମାସରେ ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ ଅର୍ଥନୀତିକ ପ୍ୟାକେଜ୍ ଘୋଷଣା କରିଥିଲେ। ଯେଉଁଥିରେ ବ୍ୟବସାୟ ତଥା ବଜାର ଉପରେ ଧ୍ୟାନ ଦେବା ଏବଂ ୨୦.୯୭ ଲକ୍ଷ କୋଟି ଟଙ୍କା ଆର୍ଥିକ ସ୍ଥିତିକୁ ସାହାଯ୍ୟ କରିବା ପାଇଁ ରୋଡମ୍ୟାପ୍ ରହିଛି।

The post କରୋନା ପାଇଁ ମାନ୍ଦାବସ୍ଥା, ଅର୍ଥନୀତିକ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା appeared first on Odisha Reporter.



from Odisha Reporter https://ift.tt/391HArS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages