ପାରାଦୀପ(ରମାକାନ୍ତ ନାୟକ ): ମାତ୍ର ୨୫ ଟଙ୍କାର ଲୋଭ ଦେଖାଇ ଜଣେ ୭ ବର୍ଷର ଶିଶୁକୁ ବଳି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଫୁଲମାଳ, ସିନ୍ଦୂର ଲଗାଇ ରାତିରେ ଶିଶୁଟିକୁ ଏକ ନିକାଞ୍ଚନ ଜାଗାରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ତା’ ବାପା ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍ ୫ ଜଣଙ୍କୁ ପଚରାଉଚରା କରୁଥିବା ବେଳେ କେବଳ ଗୁଣିଆକୁ ଅଟକ ରଖିଛି।
ସୂଚନା ଅନୁଯାୟୀ, ଗତ ଶନିବାର ସନ୍ଧ୍ୟା ସମୟରେ ପାରାଦୀପ ଷଣ୍ଢକୁଦ ବସ୍ତିର ସତ୍ୟରଞ୍ଜନ ମଣ୍ଡଳଙ୍କ ୭ ବର୍ଷର ପୁଅ ଘର ବାହାରେ ଖେଳୁଥିଲା। ଉକ୍ତ ସମୟରେ ବସ୍ତିର ଜଣେ ମହିଳା ସେଠାରେ ପହଞ୍ଚି ତାଙ୍କ ସାଙ୍ଗରେ ଗଲେ ୨୫ ଟଙ୍କା ଦେବାର ଲୋଭ ଦେଖାଇଥିଲେ। ଏହାପରେ ସେ ଶିଶୁଟିକୁ ଗାଁ ନିକଟ ପୋଖରୀ କୂଳକୁ ନେଇଥିଲେ। ସେଠାରେ ଗୁଣିଆ ସମେତ, ୨ ପୁରୁଷ ଓ ଅନ୍ୟ ଜଣେ ମହିଳା ଉପସ୍ଥିତ ଥିଲେ। ସେମାନେ ପିଲାଟିକୁ ଉଲଗ୍ନ କରି ଫୁଲମାଳ, ସିନ୍ଦୂର ଲଗାଇ ପୂଜା ପାଠ କରୁଥିଲେ। ରାତି ହୋଇଯାଇଥିବା ବେଳେ ପୁଅକୁ ନ ପାଇ ସତ୍ୟରଞ୍ଜନ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାପରେ ପୋଖରୀ ନିକଟରେ ପହଞ୍ଚି ପୁଅକୁ ଉଦ୍ଧାର କରିଥିଲେ।
ଘଟଣା ସମ୍ପର୍କରେ ସତ୍ୟରଞ୍ଜନ ବସ୍ତିରେ ଭଦ୍ରଲୋକଙ୍କୁ ଜଣାଇଥିଲେ। ମାତ୍ର ଗୁଣିଗାରେଡିରେ ସମ୍ପୃକ୍ତ ୫ ଜଣ ଭଦ୍ରଲୋକଙ୍କ କଥା ନ ମାନି ଶିଶୁର ବାପାକୁ ଧମକ ଚମକ ଦେଇଥିଲେ। ତେଣୁ ଘଟଣା ଗତ ଶନିବାର ହୋଇଥିବା ବେଳେ ଏନେଇ ସତ୍ୟରଞ୍ଜନ ଗତ ବୁଧବାର ଥାନାରେ ଏତଲା ଦେଇଥିଲେ।
ଜଟାଧାର ମୁହାଣ ଥାନା ପୁଲିସ୍ ଗତକାଲି ସନ୍ଧ୍ୟାରେ ଗୁଣିଆ ସମେତ ୫ ଜଣଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା। ସେମାନେ ପୂଜାର୍ଚ୍ଚନା କଥାକୁ ସ୍ୱୀକାର କରୁଥିଲେ ବି ଶିଶୁ ବଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି। ହନୁମାନ ପୂଜା ପାଇଁ ଶିଶୁ ଦ୍ଵାରା କେବଳ ପୋଖରୀରୁ ପାଣି ଉଠାଇଥିବା କହିଛନ୍ତି।
The post ଖେଳୁଥିଲା ଶିଶୁ, ୨୫ ଟଙ୍କାର ଲୋଭ ଦେଖାଇ ଡାକିନେଲେ ମହିଳା appeared first on Odisha Reporter.
from Odisha Reporter https://ift.tt/2WN4I8s
No comments:
Post a Comment