ନୂଆଦିଲ୍ଲୀ: ମେ’ ମାସଠାରୁ ଲଦାଖ ସୀମାର ବିବାଦୀୟ ଅଞ୍ଚଳରେ ଡେରା ପକାଇଥିବା ଚାଇନା ସେନା ପଛକୁ ହଟିବା ପାଇଁ ନାରାଜ। ଭାରତ ସହ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ବୁଝାମଣା କରିଥିବା ଚାଇନା ପୁଣିଥରେ ନିଜର ପୁରୁଣା ରୋଗ ଦେଖାଇଛି। କିଛି ଅଞ୍ଚଳରେ ଚାଇନା ଡିସଏନଗେଜ୍ମେଣ୍ଟ ପ୍ରକ୍ରିୟା କରିଥିଲେ ହେଁ ଅଧିକାଂଶ ସ୍ଥାନରେ ପୂର୍ବବତ ନିଜର କାର୍ଯ୍ୟକଳାପ ଜାରି ରଖିଛି।
ଭାରତର ସୀମାକୁ ଲାଗି ଥିବା ଏକାଧିକ ସ୍ଥାନରେ ଏବେ ବି ଚାଇନା ପକ୍ଷରୁ ୪୦ ହଜାର ଯବାନଙ୍କୁ ମୁତୟନ କରାଯାଇଛି। ସେହିପରି ଅସ୍ଥାୟୀ ଟେଣ୍ଟ, ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମହଜୁଦ କରି ରଖିଛି।
ଜୁନ୍ ୧୫ରେ ଭାରତ ଓ ଚାଇନାର ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହାପରେ ବିବାଦର ସମାଧାନ ପାଇଁ ଏକାଧିକ ଥର ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷାସ୍ତରୀୟ ବୈଠକ ହୋଇଥିଲା। ଏହି ସମୟରେ ଉଭୟ ଦେଶ ବିବାଦୀୟ ଅଞ୍ଚଳକୁ ପଛକୁ ହଟିବେ ଓ ଏପ୍ରିଲ ମାସର ସ୍ଥିତାବସ୍ଥା ବଜାୟୀ ରଖିବେ ବୋଲି ସହମତି ପ୍ରକାଶ କରିଥିଲେ। ହେଲେ ଏବେ ବି ଚାଇନା ପଛକୁ ହଟିବାକୁ ଅମଙ୍ଗ ହେଉଛି।
ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ, ଦେପସାଙ୍ଗ ପ୍ଲେନ୍ସ ଅଞ୍ଚଳ, ଗୋଗ୍ରା ଓ ପିଙ୍ଗର ୫ରୁ ୮ ମଧ୍ୟରେ ଚାଇନା ସେନା ପୂର୍ବଭଳି ନିଜର ଆଡ୍ଡା ଜମାଇ ବସିଛନ୍ତି। ତେବେ ଗଲୱାନ, ହଟସ୍ପ୍ରିଙ୍ଗ ଓ ଫିଙ୍ଗର ୧ରୁ ୪ ମଧ୍ୟରେ ଥିବା ଅଞ୍ଚଳଗୁଡ଼ିକରୁ ଚାଇନା ତା’ର ସମସ୍ତ କାର୍ଯ୍ୟକଳାପକୁ ବନ୍ଦ କରି ପଛକୁ ଘୁଞ୍ଚି ଯାଇଛି।
ବୁଝାମଣା ଅନୁଯାୟୀ, ଚାଇନା ସମସ୍ତ ବିବାଦୀୟ ଅଞ୍ଚଳକୁ ପଛକୁ ହଟିବା କଥା। ହେଲେ ଚାଇନିଜ୍ ସେନା ଦେପସାଙ୍ଗ ପ୍ଲେନ୍ସ ଅଞ୍ଚଳ, ଗୋଗ୍ରା ଅଞ୍ଚଳରୁ ପଛକୁ ଘୁଞ୍ଚିବାକୁ ନାରାଜ। ସେହିପରି ବେଆଇନ ଭାବେ ଦଖଲ କରିଥିବା ପିଙ୍ଗର ୫ରୁ ଚାଇନିଜ୍ ସେନା ପିଙ୍ଗର ୮କୁ ଯିବାକୁ ଚାହୁଁନାହିଁ। ଫିଙ୍ଗର ୮ ହେଉଛି ଚାଇନିଜ୍ ସେନାଙ୍କ ପାରମ୍ପରିକ ବେସ୍।
ପଛକୁ ନ ଘୁଞ୍ଚି ଚାଇନା ସେନା ପିଙ୍ଗର ୪ରୁ ୮ ମଧ୍ୟରେ ନୀରିକ୍ଷଣ ବେସ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ନିଜ ଲକ୍ଷ୍ୟ ପୂରଣ ପାଇଁ ଚାଇନା ଏଲଏସି ନିକଟରେ ୪୦ ହଜାର ଯବାନଙ୍କୁ ମୁତୟନ କରିଛି। ସେହିପରି ଆଗୁଆ ଓ ତଳିଆ ଘାଟିରେ ଅନ୍ୟ ପ୍ରକାରର ଯୁଦ୍ଧାସ୍ତ୍ର ଠୁଳ କରିଛି।
ଜୁଲାଇ ୧୪-୧୫ରେ ଦୁଇ ଦେଶ ମଧ୍ୟରେ ଡିସଏନଗେଜମେଣ୍ଟ ପାଇଁ ଆଲୋଚନା ହୋଇଥିଲା। ହେଲେ ସେବେଠାରୁ ଦୁଇ ଦେଶର ସୀମାରେ କିଛି ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ।
The post ପଛକୁ ହଟିବାକୁ ଚାଇନା ନାରାଜ: ସୀମାରେ ଏବେ ବି ୪୦ ହଜାର ଯବାନ ଠୁଳ କରିଛି appeared first on Odisha Reporter.
from Odisha Reporter https://ift.tt/32PgiDV
No comments:
Post a Comment