ଏଏସ୍‌ଆଇଙ୍କୁ ମାରି ଆତ୍ମହତ୍ୟା କଲେ କନଷ୍ଟେବଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 6, 2020

ଏଏସ୍‌ଆଇଙ୍କୁ ମାରି ଆତ୍ମହତ୍ୟା କଲେ କନଷ୍ଟେବଲ

ଶ୍ରୀନଗର: ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି)ର ଜଣେ କନଷ୍ଟେବଲ୍‌ ଜଣେ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର (ଏଏସ୍‌ଆଇ)ଙ୍କୁ ଗୁଳି କରି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି। ଦକ୍ଷିଣ କଶ୍ମୀରର କୁଲଗାମ୍ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ମୃତ ଏଏସ୍‌ଆଇଙ୍କ ନାଁ ସନ୍ଦୀପ କୁମାର। ସେହିପରି ମୃତ କନଷ୍ଟେବଲଙ୍କ ନାଁ ହେମନ୍ତ ଶର୍ମା। ଗୋଟିଏ ସ୍ଥାନରେ ଡ୍ୟୁଟିରେ ନିୟୋଜିତ ହୋଇଥିବା ବେଳେ  ଗତକାଲି ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ କନଷ୍ଟେବଲ ହେମନ୍ତ ଶର୍ମା ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ ଓ ଉତ୍‌କ୍ଷିପ୍ତ ହୋଇ ସନ୍ଦୀପଙ୍କ ଉପକୁ ଗୁଳି ଚଳାଇଥିଲେ। ସେ ତାଙ୍କ ଇନ୍‌ସାସ୍‌ ରାଇଫଲରୁ ସନ୍ଦୀପଙ୍କ ଉପରକୁ ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ହେମନ୍ତ ଶର୍ମା ନିଜକୁ ଗୁଳି କରିଥିଲେ। ସେ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

ପୁଲିସ୍ ଏ ଘଟଣାରେ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

The post ଏଏସ୍‌ଆଇଙ୍କୁ ମାରି ଆତ୍ମହତ୍ୟା କଲେ କନଷ୍ଟେବଲ appeared first on Odisha Reporter.



from Odisha Reporter https://ift.tt/2Z5Nc0J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages