ଗଞ୍ଜାମରେ ବେକାବୁ କରୋନା; ଆଜିଠୁ ଆଣ୍ଟିଜେନ ଟେଷ୍ଟ, କାଲିଠୁ ହେବ ସ୍କ୍ରିନିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 6, 2020

ଗଞ୍ଜାମରେ ବେକାବୁ କରୋନା; ଆଜିଠୁ ଆଣ୍ଟିଜେନ ଟେଷ୍ଟ, କାଲିଠୁ ହେବ ସ୍କ୍ରିନିଂ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ବେକାବୁ ହେବାରେ ଲାଗିଛି। ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି।  ଫଳରେ ଦିନକୁ ଦିନ କରୋନା ସ୍ଥିତି ଜିଲ୍ଲାରେ ଜଟିଳ ହେବାରେ ଲାଗିଛି। ଏପରି ସମୟରେ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ଆଜିଠୁ ଗଞ୍ଜାମରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ଆସନ୍ତା କାଲିଠୁ ସହରାଞ୍ଚଳରେ ଘର ଘର ବୁଲି ସ୍କ୍ରିନିଂ  ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।  ତେବେ କେଉଁ ଅଞ୍ଚଳରେ କେବେ ସ୍କ୍ରିନିଂ ହେବ ଆଜି ସେ ସମ୍ପର୍କରେ  ସବିଶେଷ ସୂଚନା ଦିଆଯିବ। ସ୍କ୍ରିନିଂ ଅଞ୍ଚଳ ଆବଶ୍ୟକତା ଅନୁସାରେ ୩ରୁ ୪ ଦିନ ପର୍ଯ୍ୟନ୍ତ ଶଟଡାଉନ୍‌ ରହିବ ବୋଲି ଟ୍ୱିଟ କରି    ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଏହି ସମୟରେ କରୋନା ଲକ୍ଷଣ ଥିଲେ ନ ଲୁଚାଇ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜଣାଇବାକୁ ଜିଲ୍ଲାପାଳ ଗଞ୍ଜାମବାସୀଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୪୮ରେ ପହଞ୍ଚିଥିବା ବେଳେ ୧୩୯୧ ସୁସ୍ଥ ହୋଇ ସାରିଲେଣି। ୯୩୫ଟି ଆକ୍ଟିଭ କେସ୍‌ ଥିବା ବେଳେ ୨୧ ଜଣ ଆଖି ବୁଜି ସାରିଲେଣି।

The post ଗଞ୍ଜାମରେ ବେକାବୁ କରୋନା; ଆଜିଠୁ ଆଣ୍ଟିଜେନ ଟେଷ୍ଟ, କାଲିଠୁ ହେବ ସ୍କ୍ରିନିଂ appeared first on Odisha Reporter.



from Odisha Reporter https://ift.tt/3f5BQPT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages