ଘାତକ ଜୁଲାଇ: ମାତ୍ର ୨୧ ଦିନରେ ୬ ଲକ୍ଷରୁ ଅଧିକ ସଂକ୍ରମିତ, ୧୧,୩୨୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 21, 2020

ଘାତକ ଜୁଲାଇ: ମାତ୍ର ୨୧ ଦିନରେ ୬ ଲକ୍ଷରୁ ଅଧିକ ସଂକ୍ରମିତ, ୧୧,୩୨୫ ମୃତ

ନୂଆଦିଲ୍ଲୀ: ଜୁଲାଇ ମାସରେ ମହାମାରୀ କରୋନା ଭାଇରସ ଭାରତରେ ତା’ର କରାଳରୂପ ଦେଖାଚାଲିଛି। ଜୁଲାଇ ୧ରୁ ଜୁଲାଇ ୨୧ ମଧ୍ୟରେ ଦେଶରେ ରେକର୍ଡ ୬ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୁନ୍‌ ୩୦ ସୁଦ୍ଧା ଦେଶରେ ୫.୯ ଲକ୍ଷ କରୋନା ସଂକ୍ରମିତ ଥିବା ବେଳେ କେବଳ ଜୁଲାଇ ୨୧ ସୁଦ୍ଧା ଏହା ୧୨ ଲକ୍ଷ ନିକଟରେ ପହଞ୍ଚିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ଏହାର ଅର୍ଥ ପୂର୍ବ ମାସ ଗୁଡ଼ିକରେ ମିଳିତ ଭାବେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, କେବଳ ଜୁଲାଇରେ ତା’ଠାରୁ ଅଧିକ ସଂକ୍ରମିତ ସାମ୍ନାକୁ ଆସିଛନ୍ତି।

କେବଳ ସଂକ୍ରମିତଙ୍କ ସଂଖ୍ୟା ବଢ଼ିନାହିଁ। ଜୁଲାଇ ମାସରେ ୧୧ ହଜାରରୁ ଅଧିକ ମୁଣ୍ଡ ନେଲାଣି କରୋନା। ପୂର୍ବମାସ ଗୁଡ଼ିକ ତୁଳନାରେ ଜୁଲାଇରେ ମୃତ୍ୟୁହାର ୪୦% ବୃଦ୍ଧି ପାଇଛି। ମଙ୍ଗଳବାର ପ୍ରାୟ ୬୭୦ ଜଣଙ୍କ ଜୀବନ ଯିବା ପରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୮,୭୨୩କୁ ବୃଦ୍ଧି ପାଇଛି।

ଏହାପରେ ଭାରତ ସ୍ପେନ(୨୮,୪୨୨)କୁ ପଛରେ ପକାଇ ବିଶ୍ୱର ସର୍ବାଧିକ କରୋନା ଜନିତ ମୃତ୍ୟୁ ରାଷ୍ଟ୍ରଗୁଡ଼ିକ ତାଲିକାର ୭ନଂ ସ୍ଥାନରେ ପହଞ୍ଚି ଯାଇଛି।

ମେ’ ମାସରେ ଦେଶରେ ୧.୫ ଲକ୍ଷ, ଜୁନ୍‌ରେ ୪ ଲକ୍ଷ ଓ ଜୁଲାଇରେ ଏବେ ସୁଦ୍ଧା ୬ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମେ’ ମାସରେ କରୋନା ୪,୨୬୭, ଜୁନ୍‌ ମାସରେ ୧୧,୯୮୮ ଓ ଜୁଲାଇ ମାସରେ ଏବେ ସୁଦ୍ଧା ୧୧,୩୨୫ ମୁଣ୍ଡ ନେଇ ସାରିଲାଣି।

The post ଘାତକ ଜୁଲାଇ: ମାତ୍ର ୨୧ ଦିନରେ ୬ ଲକ୍ଷରୁ ଅଧିକ ସଂକ୍ରମିତ, ୧୧,୩୨୫ ମୃତ appeared first on Odisha Reporter.



from Odisha Reporter https://ift.tt/30CfTlw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages