ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୪ ସଦସ୍ୟ ଆଜି ଶପଥ ଗ୍ରହଣ କରିବେ। ସୁବାସ ସିଂହ, ମୁନ୍ନା ଖାଁ, ମମତା ମହନ୍ତ ଏବଂ ସୁଜିତ କୁମାର ଆଜି ରାଜ୍ୟସଭା ସଭ୍ୟ ଭାବେ ଶପଥ ନେବେ। ମାର୍ଚ୍ଚ ୨୬ରେ ଅନୁଷ୍ଠିତ ନିର୍ବାଚନରେ ୪ ଜଣ ଯାକ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ହେଲେ କରୋନା ଲକ୍ଡାଉନ୍ ଲାଗୁ ହେବାରୁ ସେମାନେ ଦିଲ୍ଲୀ ଯାଇ ଶପଥ ନେଇପାରିନଥିଲେ। ସଂସଦର ଅଧିବେଶନ ଚାଲୁ ନ ଥିବାରୁ ରାଜ୍ୟସଭା ହାଉସ ଚାମ୍ବରରେ ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିବେ।
ଓଡ଼ିଶାର ୪ଜଣ ସଦସ୍ୟଙ୍କ ସମେତ ଆଜି ପ୍ରାୟ ୪୩ ଜଣ ସାଂସଦ ଶପଥ ନେବେ। ସେମାନଙ୍କ ମଧ୍ୟରେ ବିଜେପିର ୧୮ ଜଣ, କଂଗ୍ରେସର ୧୦ ଜଣ, ଓ୍ୱାଇଏସ୍ଆର କଂଗ୍ରେସର ୪ ଜଣ ଅଛନ୍ତି। ତେବେ ତୃଣମୂଳ କଂଗ୍ରେସ ଓ ଡିଏମକେ ଦଳ କରୋନା ପାଇଁ ଶପଥ ଗ୍ରହଣରୁ ନିଜକୁ ଦୂରେଇ ରଖିଛନ୍ତି।
The post ଆଜି ହାଉସ ଚାମ୍ବରରେ ହେବ ରାଜ୍ୟସଭା ସଦସ୍ୟଙ୍କ ଶପଥ ଗ୍ରହଣ appeared first on Odisha Reporter.
from Odisha Reporter https://ift.tt/30yG0Ke
No comments:
Post a Comment