କରୋନା ନେଲା ଆଉ ୬ ମୁଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 19, 2020

କରୋନା ନେଲା ଆଉ ୬ ମୁଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬  ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୫ ପୁରୁଷ ଥିବା ବେଳେ ଗଜପତି ଜିଲ୍ଲାର ଜଣେ ମହିଳା ଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷୀୟ ବୃଦ୍ଧ, ୪୨ ବର୍ଷୀୟ ଯୁବକ ମଧୁମେହରେ ପୀଡ଼ିତ ଥିବା ବେଳେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଥିଲେ। ଏହାବ୍ୟତୀତ ଜିଲ୍ଲାର ଅନ୍ୟ ୨ ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ ଓ ୫୪ ବର୍ଷ ।

ଗଜପତି ଜିଲ୍ଲାର ମୃତା ୫୫ ବର୍ଷୀୟା ଆକ୍ରାନ୍ତ ମହିଳାଜଣକ ପୂର୍ବରୁ ମଧୁମେହରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରେ ମୃତକଙ୍କ ସଂଖ୍ୟା ୫୯ ଛୁଇଁଥିବା ବେଳେ ଗଜପତିରେ ଏହି ସଂଖ୍ୟା ୪ରେ ପହଞ୍ଚିଛି।

 

The post କରୋନା ନେଲା ଆଉ ୬ ମୁଣ୍ଡ appeared first on Odisha Reporter.



from Odisha Reporter https://ift.tt/2DUSlAB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages