ଆବଶ୍ୟକ ସାମଗ୍ରୀ: କଖାରୁ ଫୁଲ, ସିଝା ଅଣ୍ଡା, କଟା ପିଆଜ, ଲୁଣ, କଟା ଟମାଟୋ, ଧନିଆପତ୍ର, ଲେମ୍ବୁ, ଚାଟ ମସଲା, ଜଲଜିରା ପାଉଡର, ଚାଉଳ ପିଠଉ ଓ ତେଲ।
ପ୍ରସ୍ତୁତି: ପ୍ରଥମେ ଅଣ୍ଡାକୁ ସିଝାଇ ରଖନ୍ତୁ ଓ ଚାଉଳ ପିଠଉରେ ଲୁଣ, ଲଙ୍କାଗୁଣ୍ଡ ଓ ହଳଦୀଗୁଣ୍ଡ ଗୋଳାଇ ରଖନ୍ତୁ। ଏହାପରେ ସିଝାଅଣ୍ଡାକୁ ଛୋଟ ଛୋଟ କାଟି ସେଥିରେ କଟା ପିଆଜ, କଟା ଟମାଟୋ, ଧନିଆପତ୍ର, ଲେମ୍ବୁ ରସ, ଚାଟ ମସଲା ଓ ଜଲଜିରା ପାଉଡର ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। କଖାରୁ ଫୁଲ ଭିତରେ ପ୍ରସ୍ତୁତ ହୋଇଥିବା ଅଣ୍ଡା ଚାଟ ମସଲାର ପୁରକୁ ପୁରାଇ ରଖନ୍ତୁ।
ଗ୍ୟାସ ଲଗାଇ ତାୱାରେ ତେଲ ଗରମ କରି ଅଣ୍ଡା ପୁର ଦିଆ କଖାରୁ ଫୁଲକୁ ଚାଉଳ ପିଠଉରେ ଗୋଳାଇ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର କଖାରୁ ଫୁଲ ଅଣ୍ଡା ଚାଟ।
The post କଖାରୁ ଫୁଲ ଅଣ୍ଡା ଚାଟ appeared first on Odisha Reporter.
from Odisha Reporter https://ift.tt/2BdxCXN
No comments:
Post a Comment