ଚାନ୍ଦବାଲି(ବାସୁଦେବ ଦାସ): ଚେନ୍ନାଇରୁ ଗାଁକୁ ଫେରି ଏକ ସଙ୍ଗେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିଲେ ୨ ଯୁବକ। ସ୍ୱାବ ଟେଷ୍ଟ ପରେ ସେମାନଙ୍କ ମଧ୍ୟରୁ ଜଣଙ୍କର ପଜିଟିଭ ଆସିଥିବା ବେଳେ ଆଉ ଜଣଙ୍କର ଆସିଥିଲା ନେଗେଟିଭ ରିପୋର୍ଟ। ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର ନିମନ୍ତେ ବ୍ୟବସ୍ଥା ହେଉଥିବା ବେଳେ ଅନ୍ୟଜଣଙ୍କୁ ମଧ୍ୟ ନେଇ ଯିବା ଜିଦ୍ରେ ଅଡ଼ି ବସିଥିଲେ ଗ୍ରାମବାସୀ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଚାନ୍ଦବାଲି ବ୍ଲକ ପୋଖରିସାହି ଗାଁରେ।
ସୂଚନା ଅନୁଯାୟୀ, ଗତକାଲି ଉକ୍ତ ଯୁବକଙ୍କ ମଧ୍ୟରୁ ଜଣଙ୍କର ପଜିଟିଭ ଆସିବାରୁ ତାଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ପହଞ୍ଚିଥିଲା। ହେଲେ ଉତ୍ତ୍ୟକ୍ତ ଗ୍ରାମବାସୀ ଆକ୍ରାନ୍ତଙ୍କ ସମେତ ତାଙ୍କ ସାଙ୍ଗରେ ରହୁଥିବା ଯୁବକଙ୍କୁ ମଧ୍ୟ ନେବାକୁ ଦାବି କରି ଆମ୍ବୁଲାନ୍ସକୁ ପ୍ରାୟ ୪ ଘଣ୍ଟା ଛାଡି ନ ଥିଲେ।
ପୁଲିସ୍ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ୫ ଦିନ ଭିତରେ ଯଦି ଉକ୍ତ ଯୁବକଙ୍କ କିଛି ଲକ୍ଷଣ ଦେଖାଯାଏ ତେବେ ତାଙ୍କୁ ମଧ୍ୟ କୋଭିଡ ହସ୍ପିଟାଲ ନିଆଯିବାର ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ କରୋନା ଆକ୍ରାନ୍ତଙ୍କୁ ଛାଡ଼ିଥିଲେ।
The post କରୋନା ଆକ୍ରାନ୍ତଙ୍କ ସହ ସାଙ୍ଗକୁ ନେବା ଜିଦ୍ରେ ଅଡ଼ି ବସିଲେ ଗ୍ରାମବାସୀ appeared first on Odisha Reporter.
from Odisha Reporter https://ift.tt/32O0Acp
No comments:
Post a Comment