ମୁମ୍ୱାଇ: ‘କରୋନା’ ଓ ‘କ୍ୱାରେଣ୍ଟାଇନ୍’ ଶବ୍ଦ ଶୁଣିଲେ ଲୋକେ ଛାନିଆ ହୋଇଯାଉଥିବା ବେଳେ ଜଣେ ମହିଳା କନଷ୍ଟେବଲ କିନ୍ତୁ ଏହାକୁ ପ୍ରେମିକ ସହିତ କିଛି ଦିନ ଏକାଠି ବିତାଇବାର ଏକ ସୁଯୋଗ ବୋଲି ମନେ କରି ନେଇଥିଲେ। ଆଉ ଏ ଦିଗରେ ତାଙ୍କର ଯୋଜନା କିଛି ମାତ୍ରାରେ ଫଳପ୍ରଦ ମଧ୍ୟ ହୋଇଥିଲା। କିନ୍ତୁ ତିନି ଦିନ ପରେ ସତ କଥା ସାମ୍ନାକୁ ଆସିଯାଇଥିଲା। ତା’ପରେ ତାଙ୍କୁ ଓ ତାଙ୍କ ପ୍ରେମିକଙ୍କ ପୃଥକ ପୃଥକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି।
ଘଟଣାଟି ମହାରାଷ୍ଟ୍ରରର। ଏଠାକାର ନାଗପୁରର ବଜାଜ ନଗର ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଲ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯାଇଥିଲା। କ୍ୱାରେଣ୍ଟାଇନ ସେଣ୍ଟରରେ ସେ କହିଥିଲେ ଯେ ତାଙ୍କ ସ୍ୱାମୀ ପୋଷ୍ଟାଲ ଡିପାର୍ଟମେଣ୍ଟରେ କାମ କରୁଛନ୍ତି। ତାଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍ରେ ରଖାଯିବାର ଆବଶ୍ୟକତା ରହିଛି।
ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ, ମହିଳା କନଷ୍ଟେବଲ ଜଣଙ୍କ ତାଙ୍କ ପ୍ରେମିକକୁ ସ୍ୱାମୀ ବୋଲି ଦର୍ଶାଇ କ୍ୱାରେଣ୍ଟାଇନ୍ ସେଣ୍ଟରରେ ନିଜ ସହିତ ରଖାଇବାରେ ସଫଳ ହୋଇଥିଲେ। ତାଙ୍କ ପ୍ରେମିକ ଜଣେ ବିବାହିତ ବ୍ୟକ୍ତି। ତେଣୁ ଯେତେବେଳେ ସେ ତିନି ଦିନ ଘରକୁ ଗଲେ ନାହିଁ, ତାଙ୍କ ସ୍ତ୍ରୀ ଏହାର ଖୋଳତାଡ଼ କଲେ ଓ ସେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଆସି ପହଞ୍ଚିଗଲେ। ତେବେ ତାଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲା। ଶେଷରେ ସେ ବଜାଜ ନଗର ଥାନାରେ ଏକ ଏତଲା ଦେଲେ। ଏହାପରେ ଏସ୍ପି ଡକ୍ଚର ଭୂଷଣ କୁମାର ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତପରେ ମହିଳା କନଷ୍ଟେବଲଙ୍କ ପୂରା ଚକ୍ରାନ୍ତ ସାମ୍ନାକୁ ଆସିଥିଲା। ଏହା ପରେ ସେଠାରୁ ତାଙ୍କ ପ୍ରେମିକଙ୍କୁ ପୃଥକ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା।
ସୂଚନାଯୋଗ୍ୟ, ଏହି ମହିଳା କନଷ୍ଟେବଲ ଜଣଙ୍କ ଅବିବାହିତ। ଗତବର୍ଷ ଅକ୍ଟୋବରରେ ସେ ଉକ୍ତ ପୋଷ୍ଟ ଅଫିସ୍ ଅଧିକାରୀଙ୍କୁ ଭେଟିଥିଲେ। ତା’ପରଠୁ ଉଭୟ ପ୍ରେମରେ ପଡ଼ିଯାଇଥିଲା।
The post ପ୍ରେମିକକୁ ସ୍ୱାମୀ କହି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଏକାଠି ରହିଲେ ମହିଳା କନଷ୍ଟେବଲ, ଆଉ ଯେତେବେଳେ… appeared first on Odisha Reporter.
from Odisha Reporter https://ift.tt/3hcBrfo
No comments:
Post a Comment