ବାପା,ମା’ଙ୍କୁ କରୋନା; ୬ ମାସର ଛୁଆକୁ ଆପଣାଇ ନେଲେ ମହିଳା ଡକ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 17, 2020

ବାପା,ମା’ଙ୍କୁ କରୋନା; ୬ ମାସର ଛୁଆକୁ ଆପଣାଇ ନେଲେ ମହିଳା ଡକ୍ଟର

କୋଚି; କରୋନା ମହାମାରୀ ଯୋଗୁ କେଉଁଠି ନିଜ ରକ୍ତର ସମ୍ପର୍କ ତୁଚ୍ଛ ହୋଇଯାଉଛି, ତ କେଉଁଠି ପର ବି ନିଜଠୁ ଅଧିକ ଆପଣାର ଲାଗୁଛି। କରୋନା ଡରରେ ପୁଅ ମା’କୁ ତ ସ୍ୱାମୀ ସ୍ତ୍ରୀକୁ ଘରେ ପୂରାଇ ନ ଦେବାର ଦୃଶ୍ୟ ବି ଦେଖିବାକୁ ମିଳୁଛି । ଯେଉଁଠି ବର୍ଷ ବର୍ଷର ସମ୍ପର୍କ ତୁଚ୍ଛ ହୋଇଯାଉଛି ସେଠାରେ ମାନବିକତାର ମୂଲ୍ୟବୋଧ ବୁଝି ଦୁଃଖ ସମୟର ସାଥୀ ପାଲଟୁଛନ୍ତି ଅଚିହ୍ନା ମୁହଁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେରଳର ରାଜଧାନୀ କୋଚିରେ।

କେରଳରେ କରୋନା ସ୍ଥିତି ଉଦ୍‌ବେଗଜନକ ହୋଇ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏପରି ସମୟରେ ଜଣେ ମହିଳା ଡକ୍ଟର Dr Mary Anitha  ଅନ୍ୟମାନଙ୍କ ପାଇଁ ଉଦାହାଣ ପାଲଟିଛନ୍ତି। କରୋନା ପରି ମହାମାରୀ ସମୟରେ ଡକ୍ଟରମାନେ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି।  ଏପରି ସମୟରେ ବି ଏକ ଅଜଣା ଶିଶୁକୁ ଆପଣାଇ ନେଇଥିବା Dr Mary Anithaଙ୍କ ନିକଟକୁ ଚାରି ଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି।

କରୋନା କବଳରେ ସମଗ୍ର ଦେଶ ଥିବା ବେଳେ କେରଳର ଏକ ଦମ୍ପତି ମଧ୍ୟ ଏହାଦ୍ୱାରା ଆକ୍ରାନ୍ତ ହେଲେ । ଉଭୟ ଦମ୍ପତି ନର୍ସ ଭାବେ  କାମ କରୁଥିବା ବେଳେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପ୍ରଥମେ ମହିଳାଜଣକ ନିଜକୁ ସଙ୍ଗରୋଧ କରି ରଖିଥିଲେ ମଧ୍ୟ କରୋନା କବଳରୁ ମୁକ୍ତି ପାଇପାରି ନ ଥିଲେ। କରୋନା ଚିନ୍ତାଠୁ ସେମାନଙ୍କ ୬ ମାସର ଝିଅକୁ କାହା ପାଖରେ ଛାଡ଼ିବେ ତାହା ବଳିଗଲା।

ଏପରି ସମୟରେ ଜିଲ୍ଲା ଚାଇଲଡ୍‌ କେୟାର ୟୁନିଟକୁ ପିଲାକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଗଲା।  ଚାଇଲ୍ଡ‌ ଲାଇନ୍‌ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଜୁନ୍‌ ୧୪ ତାରିଖରେ Dr Maryଙ୍କୁ ଜଣାଇଲେ। ଏପରି ଦୁର୍ଦ୍ଦିନରେ ସାହାଯ୍ୟ କରିବାକୁ ଆଗେଇ ଆସିଲେ Dr Mary Anitha ।  ସେ କୋଚିରେ ପିଲାମାନଙ୍କ ଏକ  ସଂସ୍ଥା ଚଳାଉଥିବା ବେଳେ ତାଙ୍କର ନିଜର ୩ ପିଲା ଅଛନ୍ତି।

ପିଲାଟି କିଛି ଦିନ ନିଜ ମା’ ପାଖରେ ଥିବାରୁ ସଂକ୍ରମଣର ଆଶଙ୍କା ଅଧିକ ରହିଥିଲା। ଏସବୁ ସତ୍ତ୍ୱେ ବିନା ଭାଇରସ ଡରରେ Dr Mary Anitha ଉକ୍ତ ପିଲାଟିକୁ ନିଜ ଘରେ ରଖି ମା’ଠୁ ବି ଅଧିକ ସ୍ନେହ ଦେଉଥିଲେ।  ଏହାପରେ ନିଜ ପରିବାର ସଦସ୍ୟଙ୍କ ସହ ଆଲୋଚନା ପରେ ସେ ପିଲାଟିକୁ ନିଜ ପାଖରେ ରଖିବାକୁ ସ୍ଥିର କଲେ। ନିୟମିତ ଭାବେ ଭିଡିଓ କଲ୍‌ କରି ପିଲାଟି ସହ ତା ମା’ ବାପାଙ୍କ ଦେଖା ମଧ୍ୟ କରାଇଥାନ୍ତି। ଏବେ ପିଲାଟିର ମା’ବାପା ଠିକ୍‌ ଥିବା ବେଳେ ପିଲାଟି ସେମାନଙ୍କ ପାଖରେ ରହିଛି। ପ୍ରାୟ ମାସେ ପରେ ଗତ ବୁଧବାର  Dr Mary Anitha ଛୁଆଟିକୁ ତା‘ ମା’ବାପାଙ୍କୁ ହସ୍ତାନ୍ତର କରିଥିଲେ।

ଏପରି ସମୟରେ ସାହାଯ୍ୟ କରିଥିବାରୁ Maryଙ୍କ ନିକଟରେ ସେ ଚିର ଋଣି ବୋଲି କହିଛନ୍ତି ଶିଶୁଟିର ମା’ । ଭଗବାନ ସତେ ଯେପରି ତାଙ୍କୁ ଆମ ପାଇଁ ପଠାଇଥିଲେ। ଏପରି ନିଷ୍ପତ୍ତି ନେବାରେ ତାଙ୍କ ପରିବାର ସଦସ୍ୟ ସମର୍ଥନ ଜଣାଇଥିବାରୁ ଆମେ ସେମାନଙ୍କ ନିକଟରେ ମଧ୍ୟ ସବୁଦିନ ପାଇଁ କୃତଜ୍ଞ ବୋଲି ପିଲାଟିର ମା’ କହିଛନ୍ତି।

The post ବାପା,ମା’ଙ୍କୁ କରୋନା; ୬ ମାସର ଛୁଆକୁ ଆପଣାଇ ନେଲେ ମହିଳା ଡକ୍ଟର appeared first on Odisha Reporter.



from Odisha Reporter https://ift.tt/2Cg1ALz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages