ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକର ଏକତା ମାର୍କେଟ ଓ କଚେରି ବଜାରକୁ ୭୨ ଘଣ୍ଟା ପାଇଁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଜଣେ ବ୍ୟବସାୟୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭଦ୍ରକ ମ୍ୟୁନିସିପାଲିଟି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ଶଟ୍ଡାଉନ୍ ଆଜି ସକାଳ ୫ଟାରୁ ଆରମ୍ଭ ହୋଇଥିବା ବେଳେ ଶନିବାର ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।
ଶଟ୍ଡାଉନ୍ ସମୟରେ ମ୍ୟୁନିସିପାଲିଟି ପକ୍ଷରୁ ଏକତା ମାର୍କେଟ ଓ କଚେରି ବଜାରକୁ ସାନିଟାଇଜ କରାଯିବ। ଏହାସହ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟବସାୟୀ ଜଣଙ୍କ କାହା କାହା ସଂସ୍ପର୍ଶରେ ଆସିଛନ୍ତି, ତାହାର କଣ୍ଟାକ୍ଟ ଟ୍ରେସିଂ କରାଯିବ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନକୁ ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟ ସରକାର ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯିବା ସତ୍ତ୍ୱେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ରାଜ୍ୟରେ ଗତକାଲି ପର୍ଯ୍ୟନ୍ତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮, ୧୦୭ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭, ୩୭୩ ସୁସ୍ଥ ହୋଇ ସାରିଲେଣି। ୧୦,୫୪୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ୧୫୪ ଜଣଙ୍କର ମୃତ୍ୟୁ ଘଟିଛି।
The post ଭଦ୍ରକର ଏକତା ମାର୍କେଟ ଓ କଚେରି ବଜାର ଶଟ୍ଡାଉନ୍ appeared first on Odisha Reporter.
from Odisha Reporter https://ift.tt/3g93o7N
No comments:
Post a Comment