୪ ଦିନ ତଳୁ ଆଖି ବୁଜି ସାରିଥିଲେ କରୋନା ଆକ୍ରାନ୍ତ, ମେଡିକାଲ କର୍ତ୍ତୃପକ୍ଷ କହୁଥିଲେ ବଞ୍ଚିଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 28, 2020

୪ ଦିନ ତଳୁ ଆଖି ବୁଜି ସାରିଥିଲେ କରୋନା ଆକ୍ରାନ୍ତ, ମେଡିକାଲ କର୍ତ୍ତୃପକ୍ଷ କହୁଥିଲେ ବଞ୍ଚିଛନ୍ତି

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): “ଟିକେ ଆମ ପେସେଣ୍ଟକୁ ଦେଖାଇ ଦିଅ, କିପରି ଅଛନ୍ତି ଦେଖିଦେଲେ ମନ ବୁଝିଯିବ। ୪ ଦିନ ହେଲା ଫୋନ୍‌ ସୁଇଚ୍‌ ଅଫ୍‌। କିଛି ଖୋଜ ଖବର ପାଇପାରୁନୁ।”

ବ୍ରହ୍ମପୁର ଶୀତଳାପଲ୍ଲୀ ଟାଟା କୋଭିଡ଼ କେୟାରରେ ଭର୍ତ୍ତି ହୋଇଥିବା ଜଣେ କରୋନା ଆକ୍ରାନ୍ତଙ୍କୁ ଦେଖିବା ପାଇଁ ପରିବାର ଲୋକେ କରି ଚାଲିଥିଲେ ଏପରି ଆକୁଳ ନିବେଦନ। କେତେବଳେ ପେସେଣ୍ଟ ଆଇସିୟୁରେ ତ କେତେବେଳେ ଜେନେରାଲ ୱାର୍ଡରେ ଥିବା କହି ତାଙ୍କୁ ଭୂଆଁ ବୁଲାଯାଉଥିଲା। କିନ୍ତୁ ୪ ଦିନ ପରେ ଯେତେବେଳେ ପରିବାର ଲୋକେ ସତ ଜାଣିଲେ, ସେମାନଙ୍କ ମୁଣ୍ଡ ଉପରେ ଚଡ଼କ ପଡ଼ିଲା। ଆକ୍ରାନ୍ତଜଣକ ୪ ଦିନ ତଳୁ ଆଖି ବୁଜି ସାରିଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ କିନ୍ତୁ ବାହାନା କରି ଚାଲିଥିଲେ। କୋଭିଡ ପରିଚାଳନାର ଏପରି ନଗ୍ନ ନମୁନା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଥିବା ବେଳେ ଏପରି କରୁଣ କାହାଣୀ ଶୁଣିଲେ ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ।

ଗଂଜାମ ଜିଲ୍ଲା ବଡବଜାର ଥାନା ଅନ୍ତର୍ଗତ ଗଣାପତି ନଗର ୨ୟ ସାହିର ବସନ୍ତ କୁମାର ସାହୁ (୪୯) ନାମକ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ୧୯ ତାରିଖରେ ଶୀତଳାପଲ୍ଲୀ ଟାଟା କୋଭିଡ଼ କେଆରରେ ଆଡ଼ମିଟ ହୋଇଥିଲେ । ୨୪ ତାରିଖ ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ବସନ୍ତ ଫୋନ୍‌ରେ କଥାବାର୍ତ୍ତା କରୁଥିଲେ । କିନ୍ତୁ ୨୪ ତାରିଖ ପରଠାରୁ ହଠାତ୍‌ ତାଙ୍କ ଫୋନ୍‌ ସୁଇଚ ଅଫ୍‌ କହିଲା ।

ବାଧ୍ୟ ହୋଇ ଟାଟା କୋଭିଡ ହସ୍ପିଟାଲର ହେଲ୍ପ ଲାଇନକୁ କଲ୍‌ କଲେ ପରିବାର ଲୋକ। ୨୪ ତାରିଖରୁ ୨୭  ତାରିଖ ଯାଏଁ ହେଲ୍ପ ଲାଇନ୍‌ରୁ ଉତ୍ତର ଆସୁଥିଲା ଆପଣଙ୍କ ପେସେଣ୍ଟ ICUରେ ଅଛନ୍ତି।  ଟିକେ ପେସେଣ୍ଟକୁ ଦେଖାଇ ଦେବା ନିମନ୍ତେ ପରିବାର ଲୋକଙ୍କ ଆକୁଳ ନିବେଦନକୁ କିନ୍ତୁ କାହାରି ଖାତିର ନ ଥିଲା।  ଶେଷରେ ଯେତେବେଳେ ସେହି ବେଡ଼ର ପେସେଣ୍ଟଙ୍କୁ ଭିଡିଓ କଲ୍‌ କରି ଦେଖାଗଲା ସେ କିନ୍ତୁ ବସନ୍ତ ନ ଥିଲେ।

ଏହାଦେଖି ବସନ୍ତଙ୍କ ପରିବାର ଲୋକଙ୍କ ବୁଦ୍ଧିବଣା ହୋଇ ଯାଇଥିବା ବେଳେ ୨୮ ତାରିଖରେ ସେମାନେ ଆଉ ଗୋଟେ ହେଲ୍ପ ଲାଇନରେ କଲ୍‌ କଲେ।  ସେଇ ହେଲ୍ପ ଲାଇନ୍‌ରେ କଥା ହେଉଥିବା ଡାକ୍ତର କହିଲେ, ପେସେଣ୍ଟ ICU ରୁ ଜେନେରାଲ ୱାର୍ଡ କୁ ଆସିଯାଇଛନ୍ତି। ଆମେ ଆପଣଙ୍କ ସହ ତାଙ୍କର Video କଲ୍‌ କରି କଥା କରାଇ ଦେବୁ।। ବହୁ ଚେଷ୍ଟା ପରେ ଗତକାଲି ଦିନ ୧୦ଟାରେ ଆସିଲା ଭିଡ଼ିଓ କଲ୍‌। ପେସେଣ୍ଟକୁ ଦେଖେଇଲେ। କିନ୍ତୁ ସେହି ବେଡ଼ରେ ଆଉ ଜଣେ ପେସେଣ୍ଟ ଥିଲେ। ପରିବାର ଲୋକେ ସେ ବସନ୍ତ ନୁହେଁ ବୋଲି କହିବା ପରେ ପୁରା ହସ୍ପିଟାଲ ଚେକ୍‌ ହେଲା।  କିନ୍ତୁ ୩ ମହଲା ହସ୍ପିଟାଲର କେଉଁଠି ବି ବସନ୍ତ ନଥିଲେ। ତେଣୁ ପରିବାର ଲୋକ ଆହୁରି ବ୍ୟସ୍ତ ହୋଇପଡିଲେ।  ଶେଷରେ ସନ୍ଧ୍ୟା ୬ଟାରେ ଟାଟା କୋଭିଡ କେଆର୍‌ରୁ ହଠାତ ଫୋନ ଆସିଥିଲା ଆଉ ଜଣାଇ ଦିଆଗଲା ବସନ୍ତ ସାହୁ ଗତ ୨୪ ତାରିଖରୁ ଆଖି ବୁଜି ସାରିଲେଣି। ଆସନ୍ତୁ ମୃତ ଦେହ କୁ ଟିକେ ଦେଖିଦେବେ।

ଏଥିନିମନ୍ତେ ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ପରିବାର ଲୋକେ ଦାୟୀ କରିଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ କିନ୍ତୁ ନିଜ ସଫେଇରେ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିବା କହିଛନ୍ତି। ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି, ବସନ୍ତଙ୍କ ମୃତ୍ୟୁ ଦିନ ୨୪ ତାରିଖରେ ପରିବାର ଲୋଙ୍କ ଫୋନ୍‌ ଲାଗି ନ ଥିଲା। ଏହାପରେ ଗତ ୨୬ ତାରିଖରେ ବ୍ରହ୍ମପର ମ୍ୟୁନିସିପାଲ କର୍ତ୍ତୃପକ୍ଷ ଓ ଆସ୍କା ବିଡିଓଙ୍କୁ ଚିଠି କରାଯାଇଥିଲା, କିନ୍ତୁ କିଛି ଉତ୍ତର ମିଳି ନ ଥିଲା। ଏହାପରେ ୨୮ ତାରିଖରେ ପରିବାର ଲୋକଙ୍କ ସହ ଯୋଗାଯୋଗ ସମ୍ଭବ ହେବାରୁ  ବସନ୍ତଙ୍କ ମୃତ୍ୟୁ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଛି।

ପରିବାର ଲୋକଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ବସନ୍ତଙ୍କ ମୃତଦେହକୁ ସତ୍କାର କରା ନ ଯାଇ ଶବ ଗୃହରେ ରଖାଯାଇଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ଯଦି ବସନ୍ତଙ୍କ ପରିବାର ସଦସ୍ୟଙ୍କ ଫୋନ୍‌ ଲାଗୁ ନ ଥିଲା, ତେବେ ସେ ଆଇସିୟୁରେ ଜେନେରାଲ ବେଡରେ ଥିବା କଥା କିପରି କୁହାଯାଉଥିଲା ବୋଲି ପ୍ରଶ୍ନ ଉଠିଛି।

ଏହିପରି  ଏକ କରୁଣ କାହାଣୀ ସାମନାକୁ  ଆସିଥିବା ବେଳେ ବହୁ ମୃତଦେହ ମେଡିକାଲରେ ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଛି।

 

The post ୪ ଦିନ ତଳୁ ଆଖି ବୁଜି ସାରିଥିଲେ କରୋନା ଆକ୍ରାନ୍ତ, ମେଡିକାଲ କର୍ତ୍ତୃପକ୍ଷ କହୁଥିଲେ ବଞ୍ଚିଛନ୍ତି appeared first on Odisha Reporter.



from Odisha Reporter https://ift.tt/2P6Xeca

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages