କିଏ କହୁଛି ବାପା ଚାଲିଗଲେ, ଆଉ କିଏ କହୁଛି ତିନି ଦିନ ତଳେ ବେଶ୍‌ ସୁନ୍ଦର ଲାଗୁଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 20, 2020

କିଏ କହୁଛି ବାପା ଚାଲିଗଲେ, ଆଉ କିଏ କହୁଛି ତିନି ଦିନ ତଳେ ବେଶ୍‌ ସୁନ୍ଦର ଲାଗୁଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୦ ଗୋଟେ କାଳ ବର୍ଷ। ଏକଥା ଆମେ କହୁନୁ ଲୋକମାନେ କହୁଛନ୍ତି। ଚଳିତ ବର୍ଷ ଦେଶ ଗୋଟେ ମହାମାରୀ ସହ ଲଢେଇ ଚାଲିଥିବା ବେଳେ ଏକାଧିକ‌ କଳାକାରଙ୍କ ପରଲୋକ ଲୋକଙ୍କୁ ମର୍ମାହାତ କରିଦେଇଛି। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଋଷି କପୁର, ଇରଫାନ୍ ଖାନ୍, ସୁଶାନ୍ତ ସିଂହ ରାଜପୁତ ପ୍ରମୁଖଙ୍କୁ ହରାଇଥିବା ବେଳେ ଓଡ଼ିଆ ସିନେମା ଜଗତ ଗତକାଲି ଏହାର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କୁ ହରାଇଛି। ତାଙ୍କ ମୃତ୍ୟୁରେ ସିନେପ୍ରେମୀ ଯେତିକି ଦୁଃଖିତ ସିନେ କଳାକାର ମଧ୍ୟ ସେତିକି ମର୍ମାହତ। ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି।

ବିଜୟ ମହାନ୍ତିଙ୍କୁ ପାଖରୁ ଅଭିନୟ ଶିଖିଥିବା ଓଲିଉଡ୍‌ର ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ା କହିଛନ୍ତି ଯେ ସେ ତାଙ୍କ ବାପାଙ୍କୁ ହରାଇଛନ୍ତି। ଯଦିଓ ବିଜୟ ମହାନ୍ତି ତାଙ୍କ ଜନ୍ମକଲା ବାପା ନଥିଲେ, କିନ୍ତୁ ସେ ତାଙ୍କ ପାଖରୁ ଅଭିନୟ ଶିଖିଛନ୍ତି। ତେଣୁ ସେ ତାଙ୍କୁ ବାପା ବୋଲି ମନେ କରନ୍ତି। ତାଙ୍କ ଠାରୁ ଶିକ୍ଷା ପାଇ ସେ ଅଭିନୟ କରିଛନ୍ତି ଓ ଲୋକପ୍ରିୟ ହେଇପାରିଛନ୍ତି।

ରାଇମୋହନ ଆହୁରି କହିଛନ୍ତି ଯେ କାଲି ରାତିରେ ଟିଭି ସ୍କ୍ରିନ୍‌ରେ ବିଜୟ ମହାନ୍ତିଙ୍କ ମୃତ୍ୟୁ ଖବର ଦେଖି ସେ ପୂରା କାଠ ହୋଇଯାଇଥିଲେ। ହାଇଦ୍ରାବାଦରୁ ଫେରି ଓଡ଼ିଶାରେ ଚିକିତ୍ସା ହେଉଥିବା ସମୟରେ ସେ ତାଙ୍କୁ ଦେଖା କରିବାକୁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ କରୋନା ପାଇଁ ଡାକ୍ତର ତାଙ୍କୁ ବିଜୟ ମହାନ୍ତିଙ୍କ ସହ ଭେଟ କରେଇ ଦେଇ ନଥିଲେ।

ସେହିପରି ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ଶୁଟିଂ ବେଳେ ସଂଳାପ ଭୁଲ୍‌ ହେଲେ ବିଜୟ ମହାନ୍ତି ତାକୁ ସଜାଡ଼ି ଦେଉଥିଲେ।  ତାଙ୍କ ଅନୁପସ୍ଥିତିରେ ସେ କାମ ଆଉ କିଏ କରିବ। ୨୦୨୦ରେ ଅନେକ ଭଲ କଳାକାର ଆମକୁ ଛାଡ଼ି ଚାଲିଯାଇଛନ୍ତି। ଭଗବାନଙ୍କର କ’ଣ ବିଚାର, ସେକଥା କିଛି ବୁଝି ହେଉନି।

ଅଭିନେତା ଶ୍ରୀତମ ଦାସ କହିଛନ୍ତି ଯେ ତିନି ଦିନ ତଳେ ସେ ବିଜୟ ମହାନ୍ତିଙ୍କୁ ଭେଟିଥିଲେ। ସେତେବେଳେ ସେ ଭାରି ସୁନ୍ଦର ଦେଖାଯାଉଥିଲେ। ବିଜୟ ମହାନ୍ତିଙ୍କୁ ହରାଇବା ଓଲିଉଡ୍‌ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

ଅଭିନେତା, ନାଟ୍ୟ ନିର୍ଦ୍ଦେଶକ ତଥା ଏକଦା ବିଜୟ ମହାନ୍ତିଙ୍କ ସହକର୍ମୀ ଥିବା ଅଜିତ୍‌ ଦାସ ବି ତାଙ୍କୁ ଝୁରି ହେଉଛନ୍ତି। ସେ କହିଛନ୍ତି,  ‘ବିଜୟ ଓ ମୁଁ ଏକାଠି ଏନ୍‌ଏସ୍‌ଡିରେ ପାଠ ପଢିଲୁ। ଆଜି ମୋ ବନ୍ଧୁ ଚାଲିଗଲେ। ତାର ଯିବା ପରେ ମୁଁ ଏକା କଣ କରିବି କିଛି ବୁଝି ପାରୁନି।’

 

The post କିଏ କହୁଛି ବାପା ଚାଲିଗଲେ, ଆଉ କିଏ କହୁଛି ତିନି ଦିନ ତଳେ ବେଶ୍‌ ସୁନ୍ଦର ଲାଗୁଥିଲେ appeared first on Odisha Reporter.



from Odisha Reporter https://ift.tt/39hUpy8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages