ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ନିୟମକୁ ଫୁ କରି ଶଟଡାଉନ୍ରେ ଓମଫେଡ୍ ବୁଥରେ ବସି ଗୁଲି ଗପ କରିବା ମହଙ୍ଗା ପଡ଼ିଲା। ପୁଲିସ ଚଢ଼ଉ କରି ୫୦୦୦ ହଜାର ଟଙ୍କା ଜୋରିମାନା ଆଦାୟ କଲା। ଏଭଳି ଘଟଣା ଘଟିଛି ଖୋଦ ରାଜଧାନୀରେ।
ମିଳିଥିବା ସୂଚନା ଅନୁସାରେ, ଆଜି ଶଟଡାଉନ୍ ଯୋଗୁ ବିନା କାରଣରେ ଘରୁ ନ ବାହାରିବାକୁ କଡ଼ାକଡ଼ି ନିର୍ଦ୍ଦେଶ ରହିଛି। ଏପରି ସ୍ଥିତିରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ କିଛି ଲୋକ ଓମଫେଡ୍ ବୁଥ୍ ନିକଟରେ ବସି ଖଟି କରୁଥିଲେ। ଏହି ସମୟରେ କମିଶନରେଟ୍ ପୁଲିସ୍ ଚଢ଼ଉ କରିଥିଲା। କରୋନା ଗାଇଡଲାଇନ୍ ନ ମାନି ଖଟି କରୁଥିବାରୁ ୧୨ ଜଣଙ୍କ ନିକଟରୁ ପୁଲିସ୍ ୫ ହଜାର ଟଙ୍କା ଫାଇନ୍ ଆଦାୟ କରିଛି।
ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଲୋକମାନଙ୍କୁ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବା ପାଇଁ କୁହାଯାଇଛି। କିଛି ଲୋକ ଏହି ନିୟମକୁ ମାନୁଥିବା ବେଳେ ଆଉ କିଛି ଲୋକ ଏହି ନିୟମକୁ ମାନୁ ନାହାନ୍ତି।
The post ଶଟ୍ଡାଉନ୍ରେ ଖଟି କରୁଥିଲେ, ୫,୦୦୦ ତଣ୍ଡ ଗଣିଲେ appeared first on Odisha Reporter.
from Odisha Reporter https://ift.tt/2NTwr2r
No comments:
Post a Comment