ବ୍ରହ୍ମପୁର(ଜଗନ୍ନାଥ ସାହୁ): ବାଜା ରୋଷଣିରେ ଫାଟି ପଡ଼ୁଥିଲା ରାସ୍ତା। ବର ରୋଷଣିରେ ଯାଉଥିବା ବେଳେ ଡିଜେରେ କମ୍ପୁ ଉଠୁଥିଲା ସମଗ୍ର ଅଞ୍ଚଳ। ଡିଜେ ତାଳରେ ବର ଓ ବରଯାତ୍ରୀ ବି ନାଚରେ ମସଗୁଲ ହୋଇଯାଇଥିଲେ। ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା। ବ୍ରହ୍ମପୁରର ଏକ ବଡ଼ ହୋଟେଲ ମାଲିକଙ୍କ ପୁଅ ବାହାଘରରେ ଖୁଲମଖୁଲା କୋଭିଡ଼ ନିୟମ ଉଲ୍ଲଂଘନ ହୋଇଥିବା ବେଳେ ଏହାର ଭିଡ଼ିଓ ଏବେ ଭାଇରାଲ ହୋଇଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ସାମାଜିକ ଦୂରତା, ମାସ୍କ ପିନ୍ଧାକୁ ଗୁରତ୍ୱ ଦିଆଯାଉଛି। ଏହି ସମୟରେ ସୀମିତ ଲୋକଙ୍କୁ ନେଇ କଟକଣାଯୁକ୍ତ ବିବାହ ନିମନ୍ତେ ଅନୁମତି ଦିଆଯାଉଥିବା ବେଳେ ଏଠାରେ କିନ୍ତୁ ସମସ୍ତ ନିୟମକୁ ଜଳାଞ୍ଜଳି ଦିଆଯାଇଛି। ଗୋପାଳପୁରସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଗତକାଲି ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।
କରୋନା ପାଇଁ ବିବାହ କାର୍ଯ୍ୟରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳୁନଥିବା ବେଳେ ଏଠି ଶତାଧିକ ଲୋକ ବାହାଘରରେ ସାମିଲ ହୋଇଥିଲେ । ଏହି ବାହାଘର ଭୋଜିରେ ବ୍ରହ୍ମପୁରର ଅନେକ ଗ୍ରାମାଞ୍ଚଳରୁ ଲୋକ ଆସି ଯୋଗ ଦେଇଥିଲେ। ଗ୍ରାମାଞ୍ଚଳ ଲୋକେ ସହରକୁ ନ ଆସିବାକୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଥିଲେ ମଧ୍ୟ ଏଠି ତାର ଖୋଲା ଉଲ୍ଲଘଂନ ହୋଇଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ଜିଲା ପ୍ରଶାସନର କଡ଼ା ନିୟମ ଉପରେ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକ ।
The post ବାହାଘର ଲାଗି ଜଳାଞ୍ଜଳି ପଡ଼ିଲା କୋଭିଡ କଟକଣା; ବିନା ମାସ୍କରେ ନାଚରେ ମାତିଲେ ବରଯାତ୍ରୀ appeared first on Odisha Reporter.
from Odisha Reporter https://ift.tt/2C3yuys
No comments:
Post a Comment