କୋରାପୁଟ (ସୂର୍ଯ୍ୟ ପଣ୍ଡା): କୋରାପୁଟରୁ ଛତିଶଗଡ଼ର ରାୟପୁର ଅଭିମୁଖେ ଯାଉଥିବା ଏକ ପାଇପ୍ ବୋଝେଇ ଟ୍ରେଲର ଆଜି ସକାଳେ ଭାରସାମ୍ୟ ହରାଇ କୋରାପୁଟ ଘାଟିରେ ଓଲଟି ପଡ଼ିଛି। ଏଥିରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲପର ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଡ୍ରାଇଭର ଓ ହେଲପରଙ୍କ ପରିଚୟ ମିଳିପାରି ନାହିଁ।
ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି। ଗାଡ଼ିଟି କୋଲକତାର ବୋଲି ଜଣାପଡ଼ିଛି।
ଆଜି ଭୋର ୫ଟା ସମୟରେ ଟ୍ରେଲରଟି କୋରାପୁଟରୁ ପ୍ଲାଷ୍ଟିକ ପାଇପ ବୋଝେଇ କରି ରାୟପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟିତଳକୁ ଓଲଟି ପଡ଼ିଥିଲା।
The post ଘାଟି ତଳକୁ ଖସିଗଲା ପାଇପ ବୋଝେଇ ଟ୍ରେଲର appeared first on Odisha Reporter.
from Odisha Reporter https://ift.tt/39sXY4R
No comments:
Post a Comment