ୟୁ-ଟର୍ନରେ ଭାରସାମ୍ୟ ରହିଲାନି; ଚାଲିଗଲା ୪ ନାବାଳକଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 2, 2020

ୟୁ-ଟର୍ନରେ ଭାରସାମ୍ୟ ରହିଲାନି; ଚାଲିଗଲା ୪ ନାବାଳକଙ୍କ ଜୀବନ

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କୋରାପୁଟ ସହର ଠାରୁ ପ୍ରାୟ ୭୦ କିଲୋମିଟର ଦୂର ପାଡୁଆ ଡାକ ବଙ୍ଗଳା ନିକଟରେ ଆଜି ଭୋରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ୪ ଜଣ ଯାକ ହେଉଛନ୍ତି ନାବାଳକ।

ମୃତକମାନେ ହେଲେ ପଙ୍କଜ ମହାନ୍ତି (୧୫), ପ୍ରଶାନ୍ତ ଖରା (୧୬), ଶଶି ଖିଲ (୧୧) ଓ କୃଷ୍ଣ ହନ୍ତାଳ (୧୨)। ଏମାନେ ସମସ୍ତେ ପାଡୁଆ ଗାଁର।

ଏମାନେ ସମସ୍ତେ ଏକ ବାଇକ୍‌ରେ ପାଡୁଆ ଗାଁକୁ ଫେରୁଥିବା ବେଳେ ଭୋର ପ୍ରାୟ ୪ଟା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ପାଡୁଆ ଡାକ ବଙ୍ଗଳା ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ ୟୁ-ଟର୍ନରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା। ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ପାଡ଼ୁଆ ଥାନା ପୁଲିସ୍ ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି।

The post ୟୁ-ଟର୍ନରେ ଭାରସାମ୍ୟ ରହିଲାନି; ଚାଲିଗଲା ୪ ନାବାଳକଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3ipre0r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages