ନୂଆଦିଲ୍ଲୀ: ୩୩ଟି ନୂଆ ଫାଇଟର ଜେଟ୍ କିଣିବାକୁ ଅନୁମତି ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ। ୩୩ଟି ଫାଇଟର ଜେଟ ମଧ୍ୟରେ ୧୨ ଏସୟୁ-୩୦ଏମକେଆଇ ଏବଂ ୨୧ଟି ମିଗ-୨୯ ଲଢ଼ୁଆ ବିମାନ ରହିଛି। ଏଥସହିତ ୫୯ ମିଗ-୨୯ଏସ ବିମାନକୁ ଅପଗ୍ରେଡ ପାଇଁ ଅନୁମତି ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ। ମୋଟ୍ ୧୮ ହଜାର ୧୪୮ କୋଟି ଟଙ୍କାରେ ବାୟୁସେନା ଏହି ସବୁ ବିମାନ କିଣିବ ଏବଂ ଅପଗ୍ରେଡ କରିବ।
ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା। ଏହି ବୈଠକରେ ବିମାନ କିଣିବା ନିଷ୍ପତ୍ତିକୁ ପ୍ରତିରକ୍ଷା ମନ୍ତ୍ରୀ ଅନୁମତି ଦେଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ମିଗ୍ ୨୯ ଲଢୁଆ ବିମାନ କିଣିବା ଏବଂ ଅପଗ୍ରେଡ କରିବା ପ୍ରକ୍ରିୟା ଋଷିଆ ଦ୍ୱାରା ହେବ। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ୭୪୧୮ କୋଟି ଟଙ୍କା ଖର୍ଚ୍ଚ କରିବ। ସେହିପରି ସୁ-୩୦ ଏମକେଆଇ ବିମାନ ହିନ୍ଦୁସ୍ଥାନ ଏରୋନେଟିକାଲ ଲିମିଟେଡ (ହାଲ୍) ପାଖରୁ କିଣାଯିବ। ଏଥିପାଇଁ ୧୦, ୭୩୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
ଲଦାଖର ଏଲଏସିରେ ଚୀନ ସହିତ ବିବାଦ ବଢ଼ିବା ପରେ ପୂର୍ବରୁ ବିମାନ କିଣିବା ପ୍ରସ୍ତାବକୁ ତ୍ୱରାନ୍ୱିତ କରିଥିଲା ବାୟୁସେନା। ଏହାପରେ ସରକାର ବିମାନ କିଣିବା ନିଷ୍ପତ୍ତିକୁ ଗ୍ରୀନ ସିଗନାଲ ଦେଇଛନ୍ତି। ବାୟୁସେନାର ଅନେକ ଲଢ଼ୁଆ ବିମାନ ଯାନ୍ତ୍ରିକ ତ୍ରୁଟି ଏବଂ ଦୁର୍ଘଟଣା କାରଣରୁ ନଷ୍ଟ ହୋଇଯାଇଛି। ତେଣୁ ନୂଆ ବିମାନ କିଣିବାର ଆବଶ୍ୟକତା ରହିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟକୁ ଚିଠି ଲେଖି ଜଣାଇଥିଲା ବାୟୁସେନା।
The post ୩୩ଟି ନୂଆ ଫାଇଟର ଜେଟ୍ କିଣିବାକୁ ଅନୁମତି ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ appeared first on Odisha Reporter.
from Odisha Reporter https://ift.tt/2VKqyZY
No comments:
Post a Comment