ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ, ୪ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 13, 2020

ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ, ୪ ଆହତ

ଭାଇଜାଗ: ବିଶାଖାପଟନମର ଭାଇଜାଗରେ ଥିବା ପରଓ୍ୱାଡା ଫାର୍ମସିଟିରେ ଥିବା ଏକ ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି। କମ୍ପାନୀର ଏକ ଟ୍ୟାଙ୍କର ବିସ୍ଫୋରଣ କରିବାରୁ ଏହି ଅଘଟଣ ଘଟିଛି। ନିଆଁ ଲାଗିବାର କିଛି ସମୟରେ ଦମକଳ ବାହିନୀ ଟିମ୍ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛି। ବିଳମ୍ୱିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି।

ଅଗ୍ନିକାଣ୍ଡରେ ମୋଟ୍ ଚାରି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ବିପଦମୁକ୍ତ ରହିଛନ୍ତି ବୋଲି ସ୍ଥାନୀୟ ପୁଲିସ କହିଛି। ନିଆଁ ଲାଗିବାର କାରଣ ବାବଦରେ ପୁଲିସ ତଦନ୍ତ କରିବା ପରେ କହିବ ବୋଲି ବିଶାଖାପଟନମ୍‌ର ଡିସିପି ସୁରେଶ ବାବୁ କହିଛନ୍ତି।

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ବିଶାଖା ସାଲଭେଣ୍ଟର ଏକ ଟ୍ୟାଙ୍କରରେ ବିସ୍ଫୋରଣ ଘଟିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଆଖାପାଖ ଆକାଶ ରାତିରେ ଲାଲ ଦେଖାଯାଉଥିଲା।

The post ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ, ୪ ଆହତ appeared first on Odisha Reporter.



from Odisha Reporter https://ift.tt/3ev94am

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages