ରୋଷେୟାଙ୍କୁ ଛୁରା ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 13, 2020

ରୋଷେୟାଙ୍କୁ ଛୁରା ମାଡ଼

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା):  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଡ଼ତିରା ପଞ୍ଚାୟତ ଟିଏମସି ରୋଷେୟାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ରୋଷେୟା ହେଲେ ଅନନ୍ତ ସାହୁ ।

ଅଭିଯୋଗ ଅନୁସାରେ ସ୍ଥାନୀୟ ବନ୍ଧବାଟୀ ଗାଁର କାଳିଆ ନାଥ ଟିଏମସିରେ ପ୍ରବେଶ କରି ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଗାଳିଗୁଲଜ କରିଥିଲେ । ତେବେ ରୋଷେୟା ଅନନ୍ତ ସାହୁ ତାଙ୍କୁ ବୁଝାସୁଝା କରି ବାହାରେ ଛାଡ଼ି ଦେଇଥିଲେ। କିନ୍ତୁ କିଛି ସମୟ ପରେ କାଳିଆ ପୁଣି ଥରେ ଟିଏମସିକୁ ଆସି ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଭୁଷି ଦେଇଥିଲା । ତାଙ୍କୁ ପ୍ରଥମେ ମଣିଜଙ୍ଗା ମେଡିକାଲ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ତିର୍ତ୍ତୋଲ ପୁଲିସ୍‌  ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

The post ରୋଷେୟାଙ୍କୁ ଛୁରା ମାଡ଼ appeared first on Odisha Reporter.



from Odisha Reporter https://ift.tt/2Ctkq1k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages