ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳା ସବ୍-ଇନ୍ସପେକ୍ଟରଙ୍କୁ କରୋନା ହୋଇଛି। ସେ ଦୁଇ ଦିନ ତଳେ ଭୁବନେଶ୍ୱର ସ୍ଥିତ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ଅଫିସ୍ରେ ଯୋଗଦେବାକୁ ଆସିଥିଲେ। ତେବେ ଦେହ ଖରାପ ଲାଗୁଛି କହିବାରୁ ତାଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଆଉ ରିପୋର୍ଟ ପଜିଟିଭ୍ ଆସିଥିଲା। ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।
ମହିଳା ସବ୍-ଇନ୍ସପେକ୍ଟରଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାରୁ ଭୁବନେଶ୍ୱର ସ୍ଥିତ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଏହି ମହିଳା ସବ୍-ଇନ୍ସପେକ୍ଟର ଜଣଙ୍କ ସମ୍ବଲପୁର ଜିଲ୍ଲାରୁ ବଦଳି ହୋଇଆସିଥିଲେ। ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ।
The post ମହିଳା ସବ୍-ଇନ୍ସପେକ୍ଟରଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/399ijMo
No comments:
Post a Comment