ମହାପ୍ରଭୁ ଜଗନ୍ନାଥଙ୍କୁ କଟାକ୍ଷ କଲେ ଲେଖକ ଅରିନ୍ଦମ ଚୌଧୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 18, 2020

ମହାପ୍ରଭୁ ଜଗନ୍ନାଥଙ୍କୁ କଟାକ୍ଷ କଲେ ଲେଖକ ଅରିନ୍ଦମ ଚୌଧୁରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ବିପତ୍ତି ବେଳେ ହିନ୍ଦୁ ଦେବାଦେବୀଙ୍କୁ ନେଇ କଟାକ୍ଷ କରାଯାଇଛି। ଅସଂଖ୍ୟ ଜଗନ୍ନାଥ ପ୍ରେମୀ ଓ ହିନ୍ଦୁ ଧର୍ମାବଲମ୍ବୀଙ୍କ ଧର୍ମୀୟ ଭାବନାକୁ ଲେଖକ ତଥା ଆଇଆଇପିଏମ୍ ଡାଇରେକ୍ଟର ଅରିନ୍ଦମ ଚୌଧୁରୀ ଆଘାତ ଦେଇଛନ୍ତି। ସେ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଆନ୍ଧ୍ରର ତିରୁପତି ବାଲାଜୀଙ୍କୁ ନେଇ ଉପହାସ କରିଛନ୍ତି।

ସେ ନିଜର ଅଫିସିଆଲ ଫେସବୁକ୍ ପୋଷ୍ଟରେ ଏକ ବିବାଦୀୟ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ, କୌଣସି ଭଗବାନଙ୍କୁ ପ୍ରାର୍ଥନା କଲେ କରୋନାରୁ ମୁକ୍ତି ମିଳିବନି। ପ୍ରାର୍ଥନା କେବେ କାମ କରେ ନାହିଁ।

ନିଜ ପୁସ୍ତକର ପ୍ରୋମୋସନ୍ କରିବାକୁ ଯାଇ ସେ ଏମିତି ଲେଖିଛନ୍ତି। କାରଣ ସେ ତାଙ୍କ ଫେସ୍‌ବୁକ୍‌ରେ ଲେଖିଛନ୍ତି ଯେ ଯଦି ଖୁସିରେ ରହିବାକୁ ଚାହୁଁଛନ୍ତି, ତା’ହେଲେ ତାଙ୍କ ବହି ପଢ଼ନ୍ତୁ।

ଏଭଳି ଲେଖା ସହିତ ସେ ଜଣେ ଡାକ୍ତର ଶ୍ରୀଜଗନ୍ନାଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବାର ଫଟୋ ପୋଷ୍ଟ୍ କରିଛନ୍ତି। ଆଉ ଫଟୋ ଉପରେ ଲେଖା ହୋଇଛି- ଡାକ୍ତରମାନେ ପୁରୀରେ ଜଗନ୍ନାଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଯାଇଥିଲେ। ତେବେ ସେମାନେ ନିଜେ ଅସୁସ୍ଥ ହୋଇପଡ଼ିଲେ। କେବଳ ସେତିକି ନୁହେଁ, ତିରୁପତି ବାଲାଜୀଙ୍କୁ କଟାକ୍ଷ କରି ଅରିନ୍ଦମ ଚୌଧୁରୀ ଲେଖିଛନ୍ତି, ଏହି ମନ୍ଦିରର ୫୦ ସେବାୟତଙ୍କ ମଧ୍ୟରୁ ୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯଦି ଭଗବାନ ସେମାନଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି, ତାଙ୍କୁ କିଏ କାହିଁକି ଦିନସାରା ପ୍ରାର୍ଥନା କରିବ। ତେବେ ଅରିନ୍ଦମଙ୍କ ଏଭଳି ପୋଷ୍ଟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

 

The post ମହାପ୍ରଭୁ ଜଗନ୍ନାଥଙ୍କୁ କଟାକ୍ଷ କଲେ ଲେଖକ ଅରିନ୍ଦମ ଚୌଧୁରୀ appeared first on Odisha Reporter.



from Odisha Reporter https://ift.tt/3jkOMnN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages