କରୋନାକୁ ହରାଇଲେ ୮୧ ବର୍ଷୀୟ ଗୋପିନାଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 13, 2020

କରୋନାକୁ ହରାଇଲେ ୮୧ ବର୍ଷୀୟ ଗୋପିନାଥ

ଫୁଲବାଣୀ(ତ୍ରିନାଥ ସାହୁ): କରୋନାରେ ଆକ୍ରାନ୍ତ ହୋଇ କମ୍‌ ବୟସର ଯୁବକଯୁବତୀ ଆଖି ବୁଜୁଥିବା ବେଳେ ଏଥିରେ ବ୍ୟତିକ୍ରମ ପାଲଟିଛନ୍ତି ଜଣେ ୮୧ ବର୍ଷୀୟ ବୃଦ୍ଧ। କରୋନା ଭୂତାଣୁ ଚିହ୍ନଟ ହେବା ପରେ ବୃଦ୍ଧ ସୁସ୍ଥ ହେବା ନେଇ ପରିବାର ଲୋକେ ଆଶା ଛାଡ଼ି ଦେଇଥିଲେ। ହେଲେ କରୋନାକୁ ହରାଇ ନିଜେ ଏହି ଯୁଦ୍ଧ ଜିତିଛନ୍ତି କନ୍ଧମାଳ ରାଇକିଆର ଗୋପୀନାଥ ଡାକୁଆ। ଶେଷରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଗୋପୀନାଥ।

ଗୋପୀନାଥଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପରେ ସ୍ୱାବ ପରୀକ୍ଷାରୁ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତ ଜୁନ ୨୮ରେ ପ୍ରଥମେ ଟିଏମସି, ପରେ ରାଇକିଆ KMRS ହସ୍ପିଟାଲ ଓ ତାପରେ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ତାଙ୍କୁ  ଭର୍ତ୍ତି  କରାଯାଇଥିଲା।  ସେଠାରେ ଚିକିତ୍ସା ପରେ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଥିଲା  ଓ ସେ ସୁସ୍ଥ ଅନୁଭବ କରିଥିଲେ।  ପୁନର୍ବାର ତାଙ୍କର ରକ୍ତ ନମୁନା ପରୀକ୍ଷା କରିବାରୁ ତାହା ନେଗେଟିଭ ଆସିଥିଲା। ଏବଂ ଗତକାଲି ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ COVID Hospital ରୁ ନିଜ ଘର କୁ ଫେରିଛନ୍ତି।

ପରିଣତ ବୟସରେ କରୋନାକୁ ହରାଇ ଥିବା ଗୋପୀନାଥ ନୂଆ ଜୀବନ ପାଇ ବେଶ୍‌ ଖୁସି ଅନୁଭବ କରୁଥିବା କହିଛନ୍ତି। ହସ୍ପିଟାଲରେ  ତାଙ୍କୁ ଉପଯୁକ୍ତ ଚିକିତ୍ସା ସମେତ ଖାଦ୍ୟପେୟ ମିଳିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ କରୋନାରେ ଆକ୍ରାନ୍ତମାନେ ନ ଡରି ତୁରନ୍ତ ମେଡିକାଲରେ ପହଞ୍ଚି ଚିକିତ୍ସା କରାଇ ନେବାକୁ ସେ ଅନ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ସେମାନଙ୍କ ଜୀବନ ବଞ୍ଚି ଯାଇପାରେ ବୋଲି କହିଛନ୍ତି ଗୋପୀନାଥ।

The post କରୋନାକୁ ହରାଇଲେ ୮୧ ବର୍ଷୀୟ ଗୋପିନାଥ appeared first on Odisha Reporter.



from Odisha Reporter https://ift.tt/30aU10v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages