ଜାକଜମକରେ ବାହା ହୋଇଥିଲେ, ଶେଷରେ ବନ୍ଧା ହେଲେ ବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 13, 2020

ଜାକଜମକରେ ବାହା ହୋଇଥିଲେ, ଶେଷରେ ବନ୍ଧା ହେଲେ ବର

ଆଳି(ବନମାଳୀ ସାହୁ): କୋଭିଡ୍ ନିୟମ ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଲା । ଶେଷରେ ବନ୍ଧା ହେଲେ ବର। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳର ଜୁଆଣିଆରେ ମହାମାରୀ ଆଇନ ଭାଙ୍ଗି ଜାକଜମକରେ ବାହାଘର ଆୟୋଜନ ଓ ୫ଶହରୁ ଅଧିକ ଲୋକଙ୍କୁ ନେଇ ସଭା କରିବା ମାମଲାରେ ହରେକୃଷ୍ଣ ଦାସ ନାମକ ଯୁବକଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି।

ସୂଚନା ମୁତାବକ, ହରେକୃଷ୍ଣ  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଜୁଆଣିଆ ପଂଚାୟତରେ ଜଣେ କଣ୍ଟ୍ରାକ୍ଟର ଭାବେ କାମ କରନ୍ତି। ସେ ବାରମ୍ବାର କୋଭିଡ଼ ନିୟମକୁ ଖୁଲମଖୁଲା ଉଲ୍ଲଘଂନ କରୁଥିବାର ଭିଡିଓ ଏବେ ନଜରକୁ ଆସିଛି।

କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ବାହାଘର, ବ୍ରତଘର ଆଦି ସମସ୍ତ ସାମାଜିକ ଉତ୍ସବରେ କଟକଣା ଲାଗୁ କରାଯାଇଛି। ୫୦ରୁ ଅଧିକ ଲୋକ ଏକତ୍ରିତ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ସ୍ଥିତିରେ ଗତ ୨୫ ତାରିଖରେ ହରେକୃଷ୍ଣଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏ ସମ୍ପର୍କରେ କିନ୍ତୁ ସେ ପୁଲିସ୍‌କୁ ଅବଗତ କରାଇ ନ ଥିଲେ କି କୌଣସି ପ୍ରକାର ଅନୁମତି ଆଣି ନ ଥିଲେ ।  ବରଂ ଉକ୍ତ ବିବାହରେ ଡିଜେ,ଓ ବାଜା ବଜାଇ ରାସ୍ତା ଦୁଲୁକାଇ ବରଯାତ୍ରୀ ନାଚି ନାଚି ଯାଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଏତିକିରେ ବି ମନ ବୁଝିଲାନି। ପୁଣି ଥରେ କରୋନା କଟକଣା ଭାଙ୍ଗିବାକୁ ସାହସ କରି ସେ ଜୁଆଣିଆ ପଞ୍ଚାୟତର ୫୦୦ଲୋକଙ୍କୁ ନେଇ ଏକ ସଭା କରିଥିଲେ। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏହି ସଭାରେ ଏତେ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ ମଧ୍ୟ ସାମାଜିକ ଦୂରତ୍ୱ ବଜାୟ ରଖାଯାଇନଥିବା ଦେଖିବାକୁ ମିଳିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ସଭାରେ ଏତେ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇଥିଲେ ମଧ୍ୟ ପୁଲିସ୍‌ କିପରି ଜାଣିପାରିଲା ନାହିଁ । ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ।

ଏ ସମ୍ପର୍କରେ ଏସ୍‌ଡିଓ କହିଛନ୍ତି, ହରେକୃଷ୍ଣ ଦାସ ଗତ ୨୫ରେ ବାହା ହୋଇଥିଲେ। ଏଥିନିମନ୍ତେ ସେ କୌଣସି ପ୍ରକାର ଅନୁମତି ନେଇ ନାହାନ୍ତି।   ଏଥିସହ କୋଭିଡ ନିୟମ ଭାଙ୍ଗି ଏବ ସଭା ମଧ୍ୟ କରିଥିଲେ। ଉଭୟ ଘଟଣାରେ ହରେକୃଷ୍ଣଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି।

The post ଜାକଜମକରେ ବାହା ହୋଇଥିଲେ, ଶେଷରେ ବନ୍ଧା ହେଲେ ବର appeared first on Odisha Reporter.



from Odisha Reporter https://ift.tt/2WjthJU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages