୨୪ ଘଣ୍ଟା ପାଇଁ ସମ୍ୱଲପୁର ଜିଲ୍ଲା ଶଟ୍‌ଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 4, 2020

୨୪ ଘଣ୍ଟା ପାଇଁ ସମ୍ୱଲପୁର ଜିଲ୍ଲା ଶଟ୍‌ଡାଉନ୍‌

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲାକୁ ଆଜି ୨୪ ଘଣ୍ଟିଆ ଶଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ଶୁଭମ୍ ସକ୍ସେନା। ଏଥିପାଇଁ ସମସ୍ତ ଦୋକାନ ବଜାର  ବନ୍ଦ ରହିଛି। ଏଥିସହ ଯାନବାହନ ଚଳାଚଳକୁ ବାରଣ କରାଯାଇଛି।

ଏନେଇ ଜିଲ୍ଲାପାଳ ଶୁଭମ୍ ସକ୍ସେନା କହିଛନ୍ତି,“କୋଭିଡ୍‌-୧୯ ସଂକ୍ରମଣ ପାଇଁ ଜୁଲାଇ ମାସ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆମ ସମସ୍ତଙ୍କୁ ଅଧିକ ସଚେତନ ରହିବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ସମ୍ୱଲୁପର ଜିଲ୍ଲାକୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଶଟ୍‌ଡାଉନ୍ ସମୟରେ କେବଳ ଜରୁରୀ କାଳୀନ ସେବା ଚାଲୁ ରହିବ। ଅତି ଦରକାର ନପଡ଼ିଲେ କେହି ବାହାରକୁ ବାହାରନ୍ତୁ ନାହିଁ। ସରକାରଙ୍କ ଗାଇଡ୍‌ଲାଇନ୍‌କୁ ପାଳନ କରନ୍ତୁ।”

ବୁର୍ଲା ଭିସୁଟ୍‌ରେ ୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେମାନେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ତେଣୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଗତକାଲିଠୁ  ବୁର୍ଲାରେ ୧୪୪ ଧାରା ଲାଗୁ କରାଯାଇଛି।  ତାହା ୮ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜିଲ୍ଲାରେ ପ୍ରଥମ ଥର ପାଇଁ ୪ଟି ଲୋକାଲ୍‌ କଣ୍ଟାକ୍ଟ‌ କେସ୍‌ ବାହାରିଥିବାରୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି।

ସମ୍ବଲପୁର ଜିଲ୍ଲାରେ ଏଯାବତ୍ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬ ଜଣ ସୁସ୍ଥ ହୋଇସାରିଛନ୍ତି। ବାକି ୩୪ ଜଣ ଚିକିତ୍ସାଧୀନ ଅଛନ୍ତି।

 

The post ୨୪ ଘଣ୍ଟା ପାଇଁ ସମ୍ୱଲପୁର ଜିଲ୍ଲା ଶଟ୍‌ଡାଉନ୍‌ appeared first on Odisha Reporter.



from Odisha Reporter https://ift.tt/2YZiGph

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages