ଶିର୍ଲା ଜଙ୍ଗଲରେ ଗୁଳିବିନିମୟ; ୪ କ୍ୟାଡର ନକ୍ସଲ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 4, 2020

ଶିର୍ଲା ଜଙ୍ଗଲରେ ଗୁଳିବିନିମୟ; ୪ କ୍ୟାଡର ନକ୍ସଲ ନିହତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧର ଶିର୍ଲା ଜଙ୍ଗଲ ପାଖରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୪ ଜଣ କ୍ୟାଡର ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ନିହତ ୪ କ୍ୟାଡର ନକ୍ସଲ BGN ଡିଭିଜନ୍‌ର ସଦସ୍ୟ ହୋଇଥିବା କୁହଯାଉଛି।

ଆଜି ଭୋରରେ ଗୁଇନ୍ଦା ସୂଚନା ଆଧାରରେ ଡିଭିଏଫ୍ ଓ ଏସ୍ଓଜି ଯବାନ ନକ୍ସଲଙ୍କ କ୍ୟାମ୍ପ ଉପରେ ମିଳିତ ଭାବେ ଚଢ଼ଉ କରିଥିଲେ। ଏହି ସମୟରେ ନକ୍ସଲଙ୍କ ସହିତ ସେମାନଙ୍କର ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ନିହତ ନକ୍ସଲଙ୍କ ଉପରେ ସରକାର ପୁରସ୍କାର ଘୋଷଣା କରିଥିଲେ।

The post ଶିର୍ଲା ଜଙ୍ଗଲରେ ଗୁଳିବିନିମୟ; ୪ କ୍ୟାଡର ନକ୍ସଲ ନିହତ appeared first on Odisha Reporter.



from Odisha Reporter https://ift.tt/2ZAxiKU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages