ଇସଲାମାବାଦ: କ୍ରିକେଟକୁ ଭଦ୍ର ଲୋକଙ୍କ ଖେଳ ବୋଲି କୁହାଯାଏ। ହେଲେ ଏହି ଭଦ୍ର ଲୋକଙ୍କ ଖେଳରେ ଅନେକ ଥର ବ୍ୟାଟିଂ ଅଭିଯୋଗ ଆସିବା ପରେ ସମାଲୋଚିତ ହୋଇଛି କ୍ରିକେଟ୍। ଏବେ ଏହି ଖେଳରେ ଆଉ ଏକ ଗୁମର ଖୋଲିଛନ୍ତି ପାକିସ୍ତାନ ଟିମର ପୂର୍ବତନ କୋଚ ତଥା ଜିମ୍ୱାଓ୍ୱେ ଟିମର ପୂର୍ବତନ ଖେଳାଳି ଗ୍ରାଣ୍ଡ ଫ୍ଲାଓ୍ୱାର। ଏକ ପଡ୍ କାଷ୍ଟ ସାକ୍ଷାତକାରରେ ସେ ଏହି ଗୁମର ଖୋଲିଛନ୍ତି।
ସେ କହିଛନ୍ତି, “ବ୍ରିସବେନରେ ଟେଷ୍ଟ ମ୍ୟାଚ ଚାଲିଥାଏ। ମୁଁ ପାକିସ୍ତାନର କୋଚ ଭାବରେ ଦାୟିତ୍ୱ ତୁଲାଉଥିଲି। ସକାଳେ ବ୍ରେକଫାଷ୍ଟ ସମୟରେ ପାକିସ୍ତାନର ବ୍ୟାଟସମ୍ୟାନ୍ ୟୁନିସ ଖାନଙ୍କୁ ମୁଁ କିଛି ଟିପ୍ସ ଦେଉଥିଲି। ହେଲେ ୟୁନିସ ଖାନ ମୋ କଥାକୁ ନଶୁଣି ସଙ୍ଗେସଙ୍ଗେ ପାଖରେ ଥିବା ଛୁରୀକୁ ଆଣି ମୋ ବେକରେ ଲଗାଇ ଦେଇଥିଲେ। ତେବେ ପାଖରେ ବସିଥିବା ମିକି ଆରର୍ଥର ଆସି ତାଙ୍କୁ ଏଭଳି ନକରିବାକୁ କହି ଟାଣି ନେଇଥିଲେ। କୋଚିଂ ଯାତ୍ରାକୁ ମୁଁ ଭଲ ଭାବରେ ଉପଭୋଗ କରିଛି। ମୋତେ ବହୁତ କିଛି ଶିଖିବାକୁ ମିଳିଛି। ଏବେ ବି ମୋତେ ଅନେକ କଥା ଶିଖିବାର ଅଛି”।
ସୂଚନାଯୋଗ୍ୟ, ଆଗକୁ ପାକିସ୍ତାନ ଇଂଲଣ୍ଡ ସହିତ ଖେଳିବାକୁ ଯାଉଛି। ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବ୍ୟାଟିଂ କୋଚ ଭାବେ ପୂର୍ବତନ କ୍ୟାପଟେନ ୟୁନିସ ଖାନଙ୍କୁ ନିଯୁକ୍ତ କରିଥିବା ବେଳେ ମୁସତାକ ଅହମଦଙ୍କୁ ବୋଲିଂ କୋଚ୍ ଭାବେ ନିଯୁକ୍ତ କରିଛି। ୨୦୧୭ରେ ୟୁନିସ୍ ଖାନ୍ କ୍ରିକେଟରୁ ଅବସର ନେଇଛନ୍ତି।
The post କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ୟୁନିସ୍ ଖାନ୍ appeared first on Odisha Reporter.
from Odisha Reporter https://ift.tt/2D1U5HT
No comments:
Post a Comment