ଲେମନଗ୍ରାସରୁ ମିଳେ ଏହି ସବୁ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 11, 2020

ଲେମନଗ୍ରାସରୁ ମିଳେ ଏହି ସବୁ ଫାଇଦା

ହାମାରୀ କରୋନାରୁ ମୁକ୍ତି ପାଇବା ପାଇଁ ଏବେ ପ୍ରତ୍ୟେକ ବ୍ୟକ୍ତି ନିଜର ଇମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି। ଏଥିପାଇଁ ନିଜ ଡାଏଟରେ ପରିବର୍ତ୍ତନ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଯଦି ଆପଣ ନିଜ ଡାଏଟ ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି, ତା’ହେଲେ ଲେମନଗ୍ରାସ ଜରିଆରେ  ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିପାରିବେ।

ଲେମନଗ୍ରାସ ଏପରି ଏକ ଗଛ ଯାହାର ପତ୍ର ଓ ତେଲକୁ ଆୟୁର୍ବେଦରେ ମେଡିସିନ ତିଆରି କରିବା ପାଇଁ ବ୍ୟବହାର କରାଯାଇଥାଏ।

ଲେମନଗ୍ରାସକୁ ବିଶେଷ କରି ଖାଦ୍ୟରେ ବ୍ୟବହାର କରାଯାଇଥାଏ। ଆପଣ ଚାହିଁଲେ ଲେମନଗ୍ରାସର ସୁପ ଓ ଚା’ କରି ପିଇପାରିବେ।

ଆସନ୍ତୁ ଜାଣିବା ଲେମନଗ୍ରାସ ଖାଇଲେ ଶରୀରକୁ କେଉଁସବୁ ଲାଭ ମିଳିଥାଏ…

୧. ଯଦି ଆପଣଙ୍କ ପେଟ ଖରାପ ଅଛି, ଲେମନଗ୍ରାସ ଚାହା କରି ପିଅନ୍ତୁ। ଏହି ଚାହା ପାଚନ କ୍ରିୟାକୁ ଠିକ କରିଥାଏ।

୨. ଲେମନଗ୍ରାସରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଏହି ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ରୋଗ ସହିତ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ।

୩. ପତଳା ହେବାକୁ ଚାହୁଁଥିଲେ, ଲେମନଗ୍ରାସ ବ୍ୟବହାର କରନ୍ତୁ। ଲେମନଗ୍ରାସକୁ ଚାହା କରି ପିଇଲେ ୟୁରିନ ଜରିଆରେ ଶରୀରରୁ ଟକ୍ସିନ ବାହାରି ଯାଇଥାଏ।

୪. ଏଥିରେ ଥିବା ଜୀବାଣୁନାଶକ ଗୁଣ ଆପଣଙ୍କୁ ଓରାଲ ଇନଫେକସନରୁ ରକ୍ଷା କରିଥାଏ।

୫. ଏପରିକି ଲେମନଗ୍ରାସ ଦାନ୍ତରେ ରହୁଥିବା କ୍ଷତିକାରକ ବ୍ୟାକ୍ଟେରିଆଙ୍କୁ ମଧ୍ୟ ନଷ୍ଟ କରିଥାଏ।

ମନେରଖନ୍ତୁ, କୌଣସି ଖାଦ୍ୟକୁ ଡାଏଟରେ ସାମିଲ କରିବା ପୂର୍ବରୁ ପ୍ରଥମେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

 

The post ଲେମନଗ୍ରାସରୁ ମିଳେ ଏହି ସବୁ ଫାଇଦା appeared first on Odisha Reporter.



from Odisha Reporter https://ift.tt/3iUgo2N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages