ବାସୁଦେବପୁର(କିରିଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାରେ ଥିବା ତୃପ୍ତି ମହିଳା ମହାବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଆଜି ଅନ୍ତେବାସୀମାନେ ରାସ୍ତାରୋକ କରିଥିଲେ। ଅନ୍ତେବାସୀମାନେ କ୍ୱାରେଣ୍ଟାଇନ୍ ସେଣ୍ଟର ବାହାରକୁ ଆସି ବାସୁଦେବପୁର-ଜାମୁଝାଡି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ।
ଏହି କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରାୟ ୩୫ ଜଣ ପ୍ରବାସୀ ରହୁଛନ୍ତି। ସେମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବା ସହ ଠିକ୍ ସମୟରେ ଖାଦ୍ୟ ଦିଆଯାଉ ନାହିଁ। ବାହାରୁ ଆସୁଥିବା ପ୍ରବାସୀମାନଙ୍କ ସ୍ୱାବ ଟେଷ୍ଟ କରାଯାଉ ନାହିଁ। ଏଥିସହ ରାତିରେ ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିବାରୁ କେନ୍ଦ୍ର ଭିତରୁ ବହୁ ସମୟରେ ଚୋରି ହେଉଛି।
ଗତକାଲି ଅନ୍ତେବାସୀମାନେ ରାତିରେ ଶୋଇଥିବା ବେଳେ ବାହାରୁ କେହି ଦୁର୍ବୃତ୍ତ ଆସି ସେମାନଙ୍କ ମୋବାଇଲ, ମନିପର୍ସ ସହ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ କରିଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିବା ସହ ପରିଚାଳନାର ଅବ୍ୟବସ୍ଥାକୁ ନେଇ ସେମାନେ ବାରମ୍ୱାର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି। ହେଲେ କେହି ଶୁଣୁ ନଥିବାରୁ ଆଜି ବାଧ୍ୟହୋଇ ଅନ୍ତେବାସୀମାନେ ରାସ୍ତାରୋକ କରିଥିବା କହିଛନ୍ତି। ଖବର ପାଇ ପୌରନିର୍ବାହୀ ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ତେବାସୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।
The post କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଆସି ରାସ୍ତାରେ ବସିଲେ appeared first on Odisha Reporter.
from Odisha Reporter https://ift.tt/32aPmhM
No comments:
Post a Comment