କରୋନା ପଜିଟିଭଙ୍କୁ କୋଭିଡ୍ ହସ୍ପିଟାଲ୍‌ ସ୍ଥାନାନ୍ତର ବେଳେ ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 4, 2020

କରୋନା ପଜିଟିଭଙ୍କୁ କୋଭିଡ୍ ହସ୍ପିଟାଲ୍‌ ସ୍ଥାନାନ୍ତର ବେଳେ ଉତ୍ତେଜନା

କଟକ (ପ୍ରଭାତ ବିଷୋୟୀ): କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର ବେଳେ ଗତକାଲି କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତକାଲି ଏହି କ୍ୟାନ୍ସର ହସ୍ପିଟାଲରୁ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩୭ ଜଣ ରୋଗୀ ଓ ଜଣେ ରୋଗୀଙ୍କ ସମ୍ପର୍କୀୟ। ତେବେ ରାତିରେ ସେମାନଙ୍କୁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରେ ଉତ୍ତେଜନା ଦେଖାଦେଇଥିଲା।

ସେମାନଙ୍କୁ କୋଭିଡ୍ ହସ୍‌ପିଟାଲ୍‌କୁ ନେବା ପାଇଁ ବସ୍ ଆସିଥିଲା। ହେଲେ ପଜିଟିଭ୍‌ ଚିହ୍ନଟ ହୋଇଥିବା ରୋଗୀ ଓ ଆଟେଣ୍ଡାଣ୍ଟମାନେ କୋଭିଡ୍ ହସ୍ପିଟାଲ ଯିବା ପାଇଁ ରାଜି ହୋଇ ନଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ସେମାନଙ୍କୁ ନେବା ପାଇଁ ଆସିଥିବା ସ୍ୱାସ୍ଥ୍ୟ କର୍ମୀ ଓ ବସ୍ ଡ୍ରାଇଭର ଭୟରେ ସେଠାରୁ ଫେରାର ହୋଇଯାଇଥିଲେ।  ଏହାପରେ ପୁଲିସ୍ ପ୍ରଶାସନ ଓ ମେଡିକାଲ କର୍ତ୍ତୃପକ୍ଷ  ପ୍ରାୟ ୪ ଘଣ୍ଟା ବୁଝାସୁଝା କରିବା ପରେ ସେମାନେ କୋଭିଡ୍ ହସ୍ପିଟାଲ ଯାଇଥିଲେ।  ଏବେ ସୋଶାଲ୍ ମିଡିଆରେ ଗତକାଲି ରାତିର ଘଟଣା ଭାଇରାଲ୍ ହେଉଛି।

The post କରୋନା ପଜିଟିଭଙ୍କୁ କୋଭିଡ୍ ହସ୍ପିଟାଲ୍‌ ସ୍ଥାନାନ୍ତର ବେଳେ ଉତ୍ତେଜନା appeared first on Odisha Reporter.



from Odisha Reporter https://ift.tt/2NVn56z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages