କୁଚିଣ୍ଡା (ଦେବେନ୍ଦ୍ର ବେହେରା): ଓଡିଶାରେ ସେଓ ଚାଷ କରି ସଫଳତା ହାସଲ କରିଛନ୍ତି ଜଣେ ଯୁବ ଚାଷୀ। ଅତ୍ୟଧିକ ଥଣ୍ଡା ଜଳବାୟୁରେ ଫଳୁଥିବା ସେଓକୁ ୪୦ରୁ ୪୫ ଡିଗ୍ରୀ ତାପମାତ୍ରାରେ ପରୀକ୍ଷାମୂଳକ ଭାବେ ଚାଷ କରି ସଫଳ ହୋଇଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗମ୍ଭରାମୁଣ୍ଡା ଅଂଚଳର ଉମାକାନ୍ତ କାଉଡ଼ି।
ଉମାକାନ୍ତ ଏକ ଘରୋଇ କଂପାନୀରୁ ଚାକିରି ଛାଡ଼ିବା ପରେ ଗାଁକୁ ଆସି ଚାଷ କରିବାକୁ ମନ ବଳାଇଥିଲେ। ଅଧିକ ତାପମାତ୍ରାରେ ମଧ୍ୟ ସେଓ ଚାଷ କରି ହେବ ବୋଲି ସୋସିଆଲ ମିଡିଆରୁ ଜାଣିପାରିଥିଲେ। ଏହାପରେ ସେ ଅନ୍ଲାଇନରେ ୫୦ଟି ସେଓ ଚାରା ମଗାଇଥିଲେ। ଗୋଟେ ଚାରା ପାଇଁ ସେ ୩୬୦ ଟଙ୍କା ଦେଇଥିଲେ।
ଉମାକାନ୍ତ କହିଛନ୍ତି, “୪୦ରୁ ୪୫ ଡିଗ୍ରୀ ଖରାରେ ସେଓ ଚାଷ ହୋଇପାରିବ ବୋଲି ମୁଁ ୟୁଟ୍ୟୁବରୁ ଜାଣିବାକୁ ପାଇଲି। ତା‘ପରେ ସେ ତାକୁ ନିଜ ବାଡ଼ିରେ ଚାରା ମଗାଇ ଲଗାଇଲି। ୩ ବର୍ଷରେ ଫଳ ଫଳିବ ବୋଲି କୁହାଯାଉଥିବା ବେଳେ ମାତ୍ର ୧୭ ମାସରେ ଫଳିଥିବାରୁ ମୁଁ ଅତ୍ୟନ୍ତ ଖୁସି।”
ଆଗକୁ ୫୦୦ ରୁ ୬୦୦ ସେଓ ଗଛ ଲଗାଇବାକୁ ଯୋଜନା କରିଛନ୍ତି ଉମାକାନ୍ତ।
ତାଙ୍କର ଏଭଳି ପ୍ରୟାସକୁ ଭୁରି-ଭୁରି ପ୍ରଂଶସା କରିଛନ୍ତି ସ୍ଥାନୀୟ ବାସିନ୍ଦା। ସରକାରୀ ସାହାଯ୍ୟ, ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଆଗକୁ ସେ ଆହୁରି ଭଲ ଚାଷ କରିବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ଗ୍ରାମବାସୀ।
ସେଓ ଚାଷ ପାଇଁ ଉମାକାନ୍ତଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି କୁଚିଣ୍ଡା ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଭୀମସେନ ରାଉତ।
The post ଓଡ଼ିଶାରେ ସେଓ ଚାଷ କରି ସଫଳ ହେଲେ ଉମାକାନ୍ତ appeared first on Odisha Reporter.
from Odisha Reporter https://ift.tt/3eW2xqe
No comments:
Post a Comment