ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକଠାରେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅରୁଣ ବେହେରା । ତାଙ୍କ ଘର ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗାଁରେ। ସେ ଚାରିଛକରେ ବିଦ୍ୟୁତ୍ କାମ କରୁଥିଲେ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ କୌଣସି କାରଣବଶତଃ ସଟସର୍କିଟ୍ ହେବାରୁ ଅରୁଣ ବିଦ୍ୟୁତ୍ ଆଘାତରେ ଅଚେତ ହୋଇ ପଡ଼ି ଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ସେଠାରେ ଥିବା ଲୋକେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁରୁଣା କଟକ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ଅରୁଣଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।
The post ବିଦ୍ୟୁତ୍ ଆଘାତରେ ଚାଲିଗଲା ଅରୁଣଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/3ecNerZ
No comments:
Post a Comment