ଚାଇନାକୁ ଆମେରିକାର କଡ଼ା ଚେତାବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 8, 2020

ଚାଇନାକୁ ଆମେରିକାର କଡ଼ା ଚେତାବନୀ

ୱାଶିଂଟନ: ଚାଇନା ବିରୋଧରେ ଆହୁରି ବଡ଼ଧରଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ଯୋଜନା କରୁଥିବା ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ତେବେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ବିଷୟରେ କିଛି ବି କୁହାଯାଇ ନାହିଁ।

କରୋନା ସଂକ୍ରମଣ ବ୍ୟାପିବା ଦିନ ଠାରୁ ଆମେରିକା ଓ ଚାଇନା ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମଣ ପାଇଁ ଚାଇନାକୁ ସିଧାସଳଖ ଦାୟୀ କରିଛନ୍ତି। ଏଥିସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ଚାଇନାର କାଠକଣ୍ଢେଇ ବୋଲି ଟ୍ରମ୍ପ କହିଛନ୍ତି।

ଏହାବାଦ୍‌ ହଂକଂରେ ନୂଆ ଜାତୀୟ ସୁରକ୍ଷା ଆଇନ୍, ଆମେରିକା ସାମ୍ବାଦିକଙ୍କ ଉପରେ କଟକଣା, Uyghurs ମୁସଲିମଙ୍କ ଉପରେ ଅତ୍ୟାଚାର ଓ ତିବ୍ବତରେ ସୁରକ୍ଷା ସମ୍ବନ୍ଧୀୟ ବିଷୟବସ୍ତୁ ଗୁଡ଼ିକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ଦିନକୁ ଦିନ ବିବାଦ ତିକ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚାଇନା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ଚେତାବନୀ ଦେଇଛି।

ହ୍ୱାଇଟ ହାଉସର ପ୍ରେସ ସଚିବ କାୟଲେଇଗ ମ୍ୟାକଏନାନୟ କହିଛନ୍ତି, ଚାଇନା ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ବିଷୟରେ ମୁଁ କହିବି ନାହିଁ। କିନ୍ତୁ ଆମେ ଚାଇନା ବିରୋଧରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏଥିପାଇଁ ବିଚାର କରାଯାଉଛି।

ଏହି ନିଷ୍ପତ୍ତି ଚୂଡ଼ାନ୍ତ ହେବା ପରେ ସମସ୍ତେ ଜାଣିପାରିବେ। ଚାଇନା ବିପକ୍ଷରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁଭଳି ଭାବେ ଆଭିମୁଖ୍ୟ ରଖୁଛନ୍ତି, ପୂର୍ବରୁ କେହି ବି ଏମିତି କରି ନଥିଲେ। ସେ ପ୍ରଥମ ରାଷ୍ଟ୍ରପତି ଯିଏ, ଚାଇନା ଉପରେ ବ୍ୟବସାୟିକ କଟକଣା ଲଗାଇଥିଲେ। ତେଣୁ ଆଗକୁ ଆମେ ନିଶ୍ଚିତ ଭାବେ ଅନେକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଜାଣିପାରିବା।

The post ଚାଇନାକୁ ଆମେରିକାର କଡ଼ା ଚେତାବନୀ appeared first on Odisha Reporter.



from Odisha Reporter https://ift.tt/2Zdkrzn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages