ଛକି ବସିଥିଲା ବିନୋଦ, ଚାଲ ବୁଝିପାରିଲାନି ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 2, 2020

ଛକି ବସିଥିଲା ବିନୋଦ, ଚାଲ ବୁଝିପାରିଲାନି ପୁଲିସ

କାନପୁର: କାନପୁରରେ ୮ ପୁଲିସ କର୍ମଚାରୀ ଶହୀଦ ହେବା ଘଟଣାର କାରଣ ଜଣାପଡ଼ିଛି। ଶୁକ୍ରବାର ରାତି ୧ଟା ୩୦ରେ ଅପରାଧୀ ମାନେ ପୁଲିସ ଉପରକୁ ଗୁଳି ଚଳାଇଥିବା ଜଣାପଡ଼ିଛି।
ପୁଲିସ କହିଛି, ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ବିକାଶ ଦୁବେ ନାମରେ ପାଖାପାଖି ୭୦ଟି ମାମଲା ଚାଲିଛି। କାନପୁରର ବିକ୍ରୁ ଗାଁରେ ବିନୋଦ ଲୁଚିଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ପୁଲିସ ରାତି ଅଧିରେ ରେଡ୍ କରି ଗିରଫ କରିବାକୁ ଚେଷ୍ଟା କରିଥିଲା। ତେଣୁ ଡେପୁଟି ଏସପି ଦେବେନ୍ଦ୍ର ମିଶ୍ର ପୁଲିସ ପ୍ଲାଟୁନ ସହିତ ରେଡ୍ କରିବାକୁ ଆସିଥିଲେ।

ହେଲେ ବିନୋଦ ଦୁବେ ପୁଲିସର ଆସିବା ନେଇ ସୂଚନା ପାଇସାରିଥିଲା। ତେଣୁ ପୁଲିସ ଗାଁରେ ପ୍ରବେଶ କରିବା ସ୍ଥାନରେ ଜେସିବି ମେସିନ ଚାରିପଟେ ଛିଡ଼ା କରାଯାଇଥିଲା। ଯେମିତି ପୁଲିସ ଗାଁ ଭିତରକୁ ଗାଡ଼ିରେ ପ୍ରବେଶ କରିପାରିବନି। ପୁଲିସ ଜେସିବି ମେସିନ ଛିଡ଼ା ହୋଇଥିବା ଦେଖି ବାହାରକୁ ଆସିଥିଲା। ଆଉ ପାଖରେ ଥିବା କୋଠାର ଛାତ ଉପରୁ ବିନୋଦ ଦୁବେ ଏବଂ ତାର ସହଯୋଗୀ ଉପରୁ ଦେଖିଥିଲେ। ପୁଲିସ କର୍ମଚାରୀ ବାହାରକୁ ଆସିବା ମାତ୍ରେ ଉପରୁ ଆଖି ବୁଜା ଗୁଳି ଚଳାଇଥିଲେ। ଅପରାଧୀମାନେ ଉପରେ ଥିବାରୁ ତାଙ୍କୁ ଫାଇରିଂ କରିବା କଷ୍ଟକର ଥିଲା। ତେଣୁ ପୁଲିସ ମାନେ ଅପରାଧୀଙ୍କୁ ଗୁଳିର ଶିକାର ହୋଇଥିଲେ ବୋଲି ଡିଜିପି ଏଚସି ଅଓ୍ୱସ୍ତି କହିଛନ୍ତି।

ଶହୀଦଙ୍କ ମଧ୍ୟରେ କାନପୁର ଡେପୁଟି ଏସପି ଦେବେନ୍ଦ୍ର ମିଶ୍ର ରହିଛନ୍ତି। ଏହାବାଦ ଏସଓ ଶିବରାଜପୁର ମହେଶ ଯାଦବ, ଜଣେ ସବ ଇନସପେକ୍ଟର ଏବଂ ୫ ଜଣ କନେଷ୍ଟବଳ କହିଛନ୍ତି। ସେହିପରି ଅନ୍ୟ ୫ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ନେଇ ଶୋକ ପ୍ରକାଶ କରିଛନ୍ତି। ଏଥିସହ ଡିଜିପି ଏଚସି ଅଓ୍ୱସ୍ତିଙ୍କୁ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଘଟଣାବେଳରେ ସ୍ଥିତି କ’ଣ ରହିଥିଲା ସେ ନେଇ ରିପୋର୍ଟ ମାଗିଛନ୍ତି ଯୋଗୀ ଆଦିତ୍ୟନାଥ।

ପୁଲିସ କର୍ମଚାରୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଲୁଟି ଅପରାଧୀ ଫେରାର ହୋଇଯାଇଥିବା ସୂଚନା ରହିଛି। ବିନୋଦ ଦୁବେ ଜଣେ ହାର୍ଡକୋର କ୍ରିମିନାଲ। ନିଜର ସୁରକ୍ଷା ପାଇଁ ସେ ସ୍ଥାନୀୟ ଲୋକଙ୍କୁ ନେଇ ଏକ ଟିମି ଗଠନ କରିଥିବା ସୂଚନା ରହିଛି। ଫରେନସିକ୍ ଟିମ୍ ଓ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ଏସଏସଜି ଏବଂ ଆଇଜି ପହଞ୍ଚିଛନ୍ତି।

ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯେତେବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଅପରାଧୀ ବିକାଶ ଦୁବେ ବିଜେପି ସରକାରରେ ମନ୍ତ୍ରୀ ଥିବା ସନ୍ତୋଷ ଶୁକ୍ଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି।

The post ଛକି ବସିଥିଲା ବିନୋଦ, ଚାଲ ବୁଝିପାରିଲାନି ପୁଲିସ appeared first on Odisha Reporter.



from Odisha Reporter https://ift.tt/2YVzLk7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages