ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି।
ଦୁଇ ମୃତକ ଗଞ୍ଜାମ ଜିଲ୍ଲାର। ଉଭୟ ପୁରୁଷ। ଏହା ସହିତ ଜିଲ୍ଲାରେ କରୋନା ମୃତକଙ୍କ ସଂଖ୍ୟା ୧୭ରେ ପହଞ୍ଚି ଯାଇଛି।
ଦୁଇ ମୃତକଙ୍କ ମଧ୍ୟରୁ ଜଣଙ୍କୁ ୬୬ ବର୍ଷ ହୋଇଥିଲା। ତାଙ୍କର ଉଚ୍ଚ ରକ୍ତଚାପ ମଧ୍ୟ ଥିଲା। ସେହିପରି ଅନ୍ୟ ବ୍ୟକ୍ତି ଜଣଙ୍କୁ ମାତ୍ର ୪୦ ବର୍ଷ ହୋଇଥିଲା। ସେ ଡାଇବେଟିସ୍ରେ ପୀଡ଼ିତ ଥିଲେ।
Regret to report the demise of two Covid positive cases.
A 66 year old Male of Ganjam district, who was also a known case of Hypertension.
A 40 year old Male of Ganjam district who was also suffering from Diabetes.
— H & FW Dept Odisha (@HFWOdisha) July 3, 2020
କରୋନାରେ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରୁ ୪, ପୁରୀ, ବରଗଡ଼ ଓ ଅନୁଗୋଳରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।
ସୂଚନାଯୋଗ୍ୟ, ଆଉ ୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂଖ୍ୟା ୮,୧୦୬ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୫,୫୦୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨,୫୬୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୮ ଜଣ କରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି। କିନ୍ତୁ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ କୁହାଯାଇଛି।
The post ରାଜ୍ୟରେ କରୋନା ନେଲା ଆଉ ୨ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି appeared first on Odisha Reporter.
from Odisha Reporter https://ift.tt/2ZBzRMZ
No comments:
Post a Comment