ସିରିଜ୍‌ କବଜା ଲକ୍ଷ୍ୟରେ ଇଂଲଣ୍ଡ: ଟାର୍ଗେଟ ୩୯୯, ୱେଷ୍ଟଇଣ୍ଡିଜ୍‌ ୧୦/୨ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 26, 2020

ସିରିଜ୍‌ କବଜା ଲକ୍ଷ୍ୟରେ ଇଂଲଣ୍ଡ: ଟାର୍ଗେଟ ୩୯୯, ୱେଷ୍ଟଇଣ୍ଡିଜ୍‌ ୧୦/୨

ମାଞ୍ଚେଷ୍ଟର: ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟକୁ ଜିତି ସିରିଜ୍‌ କବଜା କରିବା ଲକ୍ଷ୍ୟ ନେଇ ଆଗକୁ ମାଡ଼ିଚାଲିଛି ଇଂଲଣ୍ଡ। ୧୯୮୯ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଜିତିବାକୁ ଆଶା ସୃଷ୍ଟି କରିଥିବା ୱେଷ୍ଟଇଣ୍ଡିଜ୍‌ ଏବେ ସଙ୍କଟରେ ପଡ଼ିଯାଇଛି। ଇଂଲଣ୍ଡ ମ୍ୟାଚ୍‌ ଜିତିବାରୁ ୩୯୯ ରନ୍‌ର ଟାର୍ଗେଟ ଦେଇଥିବା ବେଳେ ଇଣ୍ଡିଜ୍‌ ଟିମ୍‌ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୧୦ ରନ୍‌ରେ ୨ ୱିକେଟ ହରାଇ ବିପଦରେ ପଡ଼ିଛି।

ମ୍ୟାଚ୍‌ ଶେଷ ହେବାକୁ ଆହୁରି ୨ ଦିନ ବାକି ରହିଛି। ତେଣୁ ଦୁଇ ଦିନ ମଧ୍ୟରେ ଇଂଲଣ୍ତ ୮ଟି ୱିକେଟ ଦଖଲ କରିବାକୁ ସକ୍ଷମ ହେବ ବୋଲି ଯଥେଷ୍ଟ ସମ୍ଭାବନା ରହିଛି। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଶାଇ ହୋପ ୪ ରନ୍ ଓ କ୍ରେଗ ବ୍ରାଥୱେଟ ୨ ରନ୍‌ କରି ଅପରାଜିତ ରହିଛନ୍ତି। ଓପନର ଜନ କ୍ୟାମ୍ବେଲ(୦) ଓ ନାଇଟୱାନ ମ୍ୟାନ୍‌ କେମାର ରୋଚ୍‌ ୪ ରନ୍‌ କରି ପ୍ୟାଭଲିୟନ ଫେରିଛନ୍ତି। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌ ୨ଟି ଯାକ ୱିକେଟ ନେଇଛନ୍ତି।

ଇଂଲଣ୍ଡ ପ୍ରଥମ ଇନିଂସରେ ୩୬୯ ରନ୍‌ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ଟିମ୍‌ ମାତ୍ର ୧୯୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଇଂଲଣ୍ଡ ଗୁରୁତ୍ୱପୂର୍ଣ୍ଣ ୧୭୨ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଘରୋଇ ଟିମ୍‌ ଗିୟର ବଦଳାଇବା ସହ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲା।

ରୋର ବର୍ନସ ଓ ଡମ ସିବଲେ ପ୍ରଥମ ୱିକେଟ ପାଇଁ ୧୧୪ ରନର ଭାଗିଦାରୀ କରିଥିଲେ। ତେବେ ସିବଲେ ୫୬ ରନ୍‌ କରି ଆଉଟ ହେବା ପରେ କ୍ରିଜ୍‌କୁ ଆସିଥିବା ଜୋ ରୁଟ୍‌ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲେ। ତାଙ୍କୁ ବର୍ନସ ଭରପୂର ସହାୟତା କରିଥିଲେ। ଶତକ ଠାରୁ ମାତ୍ର ୧୦ ରନ୍‌ ଦୂରରେ ଥିବା ବେଳେ ବର୍ନସ କିନ୍ତୁ ଆଉଟ ହୋଯାଇଥିଲେ। ଏହି ସମୟରେ ରୁଟ୍‌ ୫୬ଟି ବଲରେ ୬୮ ରନ୍‌ କରିଥିଲେ। ବର୍ନସ ଆଉଟ ହେବା କ୍ଷଣି ଇଂଲଣ୍ଡ ୨୨୬/୨ରେ ପାଳି ଘୋଷଣା କରିଥିଲା। ଫଳରେ ଇଣ୍ଡିଜ୍‌ ଆଗରେ ୩୯୯ ରନ୍‌ ଟାର୍ଗେଟ ଧାର୍ଯ୍ୟ ହୋଇଛି।

ତୃତୀୟ ଦିନରେ ଇଣ୍ଡିଜ୍‌କୁ ୬ ଓଭର ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା। ଏହି ୬ ଓଭର ମଧ୍ୟରେ ଦଳ ୨ଟି ୱିକେଟ ହରାଇ ସଙ୍କଟ ମଧ୍ୟକୁ ଚାଲି ଯାଇଛି। ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ଟି ଜିତିଥିବା ବେଳେ ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍‌ରେ ବାଜିମାତ କରିଥିଲା।

The post ସିରିଜ୍‌ କବଜା ଲକ୍ଷ୍ୟରେ ଇଂଲଣ୍ଡ: ଟାର୍ଗେଟ ୩୯୯, ୱେଷ୍ଟଇଣ୍ଡିଜ୍‌ ୧୦/୨ appeared first on Odisha Reporter.



from Odisha Reporter https://ift.tt/2D8KPSm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages