‘ଗଞ୍ଜାମରେ କରୋନା ରୋଗୀ ପୋକ ମାଛି ପରି ମରୁଛନ୍ତି’ ; ମୃତକଙ୍କ ପରିବାର ଆଣିଲେ ସାଂଘାତିକ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 28, 2020

‘ଗଞ୍ଜାମରେ କରୋନା ରୋଗୀ ପୋକ ମାଛି ପରି ମରୁଛନ୍ତି’ ; ମୃତକଙ୍କ ପରିବାର ଆଣିଲେ ସାଂଘାତିକ ଅଭିଯୋଗ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): “ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀ ପୋକ ମାଛି ପରି ମରୁଛନ୍ତି। ସେହି ରୋଗୀ ଭୁବନେଶ୍ୱର ଗଲେ ବଞ୍ଚିକି ଆସୁଛନ୍ତି। ହେଲେ ଟାଟା କୋଭିଡ ସେଣ୍ଟର କିମ୍ବା ସିଟି ହସ୍ପିଟାଲ ଗଲେ ମରୁଛନ୍ତି। ଏପରି ହେଉଛି କାରଣ ଏଠାରେ ଚିକିତ୍ସା ଠିକ୍‌ ଭାବେ ମିଳୁନି। ହେଲପ୍‌ ଲାଇନ୍‌ ନମ୍ବରକୁ ଫୋନ୍‌ କଲେ କିଛି ଉତ୍ତର ମିଳୁନି।” ଚିକିତ୍ସା ଅବହେଳାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାର ଲୋକ ଆଣିଛନ୍ତି ଏପରି ସାଂଘାତିକ ଅଭିଯୋଗ ।

ସୂଚନା ଅନୁଯାୟୀ, ବିଜିପୁର ଅଞ୍ଚଳର ଟି. ଦିଲୀପ ପାତ୍ରଙ୍କୁ ଜ୍ୱର ହେବାରୁ ଗତ ୧୧ରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତ ୧୫ ତାରିଖରେ ସେ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ମାତ୍ର ୪ ଦିନ ଚିକିତ୍ସା ପରେ ୧୮ ତାରିଖରେ ଲକ୍ଷଣ ନଥିବା କହି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା।  କିନ୍ତୁ ୨୧ ତାରିଖରେ ଅଧିକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସିଟି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୫ ଦିନ ରହିବା ପରେ ଗତ ୨୬ ତାରିଖରେ ତାଙ୍କୁ ଟାଟା କୋଭିଡ ହସ୍ପିଟାଲ ସ୍ଥାନାନ୍ତ କରାଗଲା।

ସେଠାରେ କିନ୍ତୁ ଚିକିତ୍ସାରେ ଅବହେଳା ଯୋଗୁ ଗତକାଲି ଦିଲୀପଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।  ଡାକ୍ତର, ନର୍ସ ଓ ଆଟେଣ୍ଡାଣ୍ଟ ଆସୁ ନଥିବାରୁ ବେଡରେ ପଡ଼ି ପଡ଼ି ଦିଲୀପଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ଜିଲ୍ଲାପାଳ, ବ୍ରହ୍ମପୁର ମ୍ୟୁନିସିପାଲ କମିଶନର ଓ ହେଲ୍‌ପ ଲାଇନ ନମ୍ବରରେ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି । ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ   ।

The post ‘ଗଞ୍ଜାମରେ କରୋନା ରୋଗୀ ପୋକ ମାଛି ପରି ମରୁଛନ୍ତି’ ; ମୃତକଙ୍କ ପରିବାର ଆଣିଲେ ସାଂଘାତିକ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/3jNvPu7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages