ଆଇସିୟୁରେ ଅନୁପମ, ପରିବାର ଲୋକେ ମାଗିଲେ ଆର୍ଥିକ ସହାୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 28, 2020

ଆଇସିୟୁରେ ଅନୁପମ, ପରିବାର ଲୋକେ ମାଗିଲେ ଆର୍ଥିକ ସହାୟତା

ମୁମ୍ବାଇ: ଅନେକ ହିନ୍ଦୀ ଫିଲ୍ମ ଓ ଧାରାବାହିକରେ କାମ କରିଥିବା ଅଭିନେତା ଅନୁପମ ଶ୍ୟାମଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲ୍‌ରେ ଆଇସିୟୁରେ ରଖାଯାଇଛି। ତେବେ ତାଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ। ଏଥିପାଇଁ ଫିଲ୍ମ ଓ ଟେଲିଭିଜନ ଇଣ୍ଡଷ୍ଟ୍ରୀରେ ଥିବା ଅନୁପମଙ୍କ ସାଙ୍ଗସାଥୀମାନଙ୍କୁ ଆର୍ଥିକ ସହାୟତା ମାଗିଛନ୍ତି ତାଙ୍କ ପରିବାର ଲୋକେ।

ଅନୁପମଙ୍କ ଭାଇ ଅନୁରାଗ କହିଛନ୍ତି ଯେ ମୁମ୍ବାଇର ଆପେକ୍ସ କିଡ୍‌ନୀ କେୟାର ହସ୍‌ପିଟାଲ୍‌ରେ ତାଙ୍କର ଡାଏଲିସିସ୍ ଚାଲିଥିଲା। ତେବେ ଡାଏଲିସିସ୍ ବେଳେ ସେ ଅଚେତ ହୋଇପଡ଼ିବାରୁ ତାଙ୍କୁ ଲାଇଫ୍‌ଲାଇନ୍ ହସ୍‌ପିଟାଲ୍‌କୁ ଅଣାଯାଇଥିଲା। ଏବେ ସେ ଆଇସିୟୁରେ ଅଛନ୍ତି। ତେବେ ଅର୍ଥର ଅଭାବ ଯୋଗୁ ତାଙ୍କର ଭଲ ଭାବେ ଚିକିତ୍ସା ହୋଇପାରୁ ନାହିଁ। ତେଣୁ ଆର୍ଥିକ ସହାୟତା ପାଇଁ ମନୋରଞ୍ଜନ ଦୁନିଆରେ ଥିବା ତାଙ୍କର ସମସ୍ତ ସାଙ୍ଗସାଥୀଙ୍କୁ ଅନୁରୋଧ କରାଯାଇଛି।

ଅନୁପମଙ୍କ ପରିବାର ଲୋକେ ସଲ୍‌ମାନ୍ ଖାନ୍‌ଙ୍କ ଏନ୍‌ଜିଓ ‘ବିଙ୍ଗ୍ ହ୍ୟୁମାନ୍‌’କୁ ଆର୍ଥିକ ସହାୟତା ମାଗିଛନ୍ତି। ବଲିଉଡ୍ ଅଭିନେତା ମନୋଜ ବାଜପେୟୀଙ୍କ ଠାରୁ ତାଙ୍କ ପରିବାର ଲୋକେ କିଛି ଆର୍ଥିକ ସହାୟତା ପାଇବେ ବୋଲି ଆଶା ରଖିଛନ୍ତି। କାରଣ ମନୋଜ ବାଜପେୟୀ ଫୋନ୍ କରି ଅନୁପମଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବୁଝିଥିଲେ ଓ ସେ କିଛି କରିବେ ବୋଲି କହିଥିଲେ। ମନୋଜ ବାଜପେୟୀଙ୍କ ସହିତ ‘ସତ୍ୟା’ ଫିଲ୍ମରେ ଅଭିନୟ କରିଥିଲେ ଅନୁପମ। ସେହିପରି ଅଭିନେତା ସୋନୁ ସୁଦ୍ ମଧ୍ୟ ଅନୁପମଙ୍କ ପରିବାର ଲୋକଙ୍କ ଯୋଗାଯୋଗରେ ରହିଛନ୍ତି।

ଅନୁପମ ଶ୍ୟାମ ସାଧାରଣତଃ ଉଭୟ ଫିଲ୍ମ ଓ ଟିଭି ସିରିଏଲ୍‌ରେ ନେଗେଟିଭ୍ ଚରିତ୍ରରେ ଅଭିନୟ କରନ୍ତି। ଧାରାବାହିକ ‘ମନ୍‌ କୀ ଆୱାଜ୍ ପ୍ରତିଜ୍ଞା’ରେ ଠାକୁର ସଜ୍ଜନ ସିଂହ ଚରିତ୍ରରେ ଅଭିନୟ କରି ସେ ବହୁତ ପ୍ରଶଂସିତ ହୋଇଥିଲେ। ସେ ଅଭିନୟ କରିଥିବା ଅନ୍ୟ ଧାରାବାହିକ ଗୁଡ଼ିକ ମଧ୍ୟରେ ରହିଛି- ‘କ୍ୟୁଁକି…ଜୀନା ଇସି କା ନାମ୍ ହୈ’, ‘ଅମରାବତୀ କି କଥାୟେଁ’, ‘ହମ୍ ନେ ଲି ହୈ ଶପଥ୍’ ଓ ‘ଡୋଲି ଅର୍‌ମାନୋ କି’।

ସେହିପରି ସେ ‘ଦସ୍ତକ’, ‘ଦୁଶ୍‌ମନ୍’, ‘ଜଖମ୍‌’, ‘କଚ୍ଚେ ଧାଗେ’, ‘ପାପ୍‌’, ‘ହଜାରୋଁ ଖ୍ୱାୟିଶେଁ ଐସି’, ‘ଗୋଲ୍‌ମାଲ୍‌’, ‘ହଲ୍ଲା ବୋଲ୍‌’, ‘ୱାଣ୍ଟେଡ୍‌’, ‘ପରଜାନିଆ’ ଓ ‘ଲଗାନ୍’ ଭଳି ଫିଲ୍ମରେ କାମ କରିଛନ୍ତି।

The post ଆଇସିୟୁରେ ଅନୁପମ, ପରିବାର ଲୋକେ ମାଗିଲେ ଆର୍ଥିକ ସହାୟତା appeared first on Odisha Reporter.



from Odisha Reporter https://ift.tt/30Uvtct

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages