ଭଦ୍ରକ (ପାର୍ଥ ସାରଥୀ ନାୟକ): କରୋନା ସଂକ୍ରମଣ ରୋକିବା ପାଇଁ ଭଦ୍ରକ ପୌରାଞ୍ଚଳ ସଂଲଗ୍ନ ଏରେଇଁ ପଞ୍ଚାୟତକୁ ୧୪ ଦିନ ପାଇଁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଏରେଇଁ ପଞ୍ଚାୟତରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ କ୍ଷମତାର ଉପଯୋଗ କରି ଏଭଳି ପଦକ୍ଷେପ ନେଇଛନ୍ତି ସରପଞ୍ଚ ଅଶ୍ୱିନୀ ରଣା। ଏହି ଶଟ୍ଡାଉନ୍ ଆସନ୍ତାକାଲିଠାରୁ ଅଗଷ୍ଟ ୧୦ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।
ଏହି ସମୟରେ ପଞ୍ଚାୟତରେ କେବଳ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। ଅନ୍ୟସବୁ ଦୋକାନନ ବନ୍ଦ ରହିବ।
ସେହିପରି ଭଦ୍ରକ ପୌରାଞ୍ଚଳର ୯ ନମ୍ବର ଓ୍ୱାର୍ଡକୁ ୭୨ ଘଣ୍ଟା ପାଇଁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଏହାସହ ପୌରାଞ୍ଚଳର ୩୦ଟି ଓ୍ୱାର୍ଡରୁ ୧୨ଟି ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।
The post ଏରେଇଁ ପଞ୍ଚାୟତ ଶଟ୍ଡାଉନ୍ appeared first on Odisha Reporter.
from Odisha Reporter https://ift.tt/3hC2ssK
No comments:
Post a Comment