ଫୁଲବାଣୀ (ତ୍ରିନାଥ ସାହୁ): ମାଆକୁ ଛୁରୀ ଭୁସି ହତ୍ୟା କଲା ପୁଅ। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେହେରା ପଦର ଗାଁରେ। ମୃତ ମହିଳାଙ୍କ ନାଁ ଉର୍ମିଳା ବେହେରା (୫୫)। ଅଭିଯୁକ୍ତ ପୁଅର ନାଁ ଭାଗୀରଥି ବେହେରା। ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ଭାଗୀରଥି ତାଙ୍କ ମାଆଙ୍କୁ ହତ୍ୟା କରିଥିବା କୁହାଯାଉଛି।
ସୂଚନା ଅନୁସାରେ, ଉର୍ମିଳା ତାଙ୍କ ଝିଅ ଘର ବେହେରା ପଦର ଗାଁରେ ରହୁଥିଲେ। ଗତକାଲି ରାତିରେ ଭାଗିରଥୀ ସେଠାକୁ ଯାଇଥିଲେ। ଆଉ କୌଣସି କଥାକୁ ନେଇ ସେଠାରେ ମାଆଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଭାଗୀରଥି ତାଙ୍କ ମାଆଙ୍କୁ ଛୁରୀରେ ଭୁସି ହତ୍ୟା କରିଥିଲେ। ସେ ତାଙ୍କ ଭଉଣୀ ଓ ଦୁଇ ଭଣଜାଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲେ। ଏହାସହ ତାଙ୍କ ଭାଣଜୀର ହାତ ମୋଡ଼ି ଦେଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏଥିସହ ଅଭିଯୁକ୍ତ ଭାଗୀରଥିଙ୍କୁ ଥାନାରେ ଅଟକ ରଖିଛି।
The post ମାଆକୁ ଛୁରୀରେ ଭୁସି ହତ୍ୟା କଲା ପୁଅ appeared first on Odisha Reporter.
from Odisha Reporter https://ift.tt/3f5vAa9
No comments:
Post a Comment