ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ତହସିଲଦାରଙ୍କ ବୋଲେରୋ ଉପରକୁ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ କାର୍ ଡ୍ରାଇଭର, ଆରଆଇ ଓ ଆଉ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ତେବେ ତହସିଲଦାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପଥର ମାଡ଼ରେ ତାଙ୍କ ଗାଡ଼ି ଭାଙ୍ଗି ରୁଜି ଯାଇଛି।
ସୂଚନାଅନୁସାରେ, ଗତକାଲି ତହସିଲଦାର ଅଶ୍ୱିନୀ ଦାଶ କର୍ମଚାରୀଙ୍କ ସହ ଏକ ପଥର ଖଣିକୁ ଚଢ଼ଉ କରିବାକୁ ଯାଇଥିଲେ। ସେଠାରୁ ସେ ଏକ ଚୋରା ଗାଡ଼ି ଜବତ କରି ଟାଙ୍ଗି ତହସିଲ ଅଫିସକୁ ଫେରୁଥିଲେ। ଏହି ସମୟରେ ବେଣ୍ଟ ଛକ ନିକଟରେ ୩୦ରୁ ୪୦ ଜଣ ଲୋକ ତହସିଲଦାରଙ୍କ ଗାଡ଼ି ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ବୋଲେରୋ ଡ୍ରାଇଭର, ଆରଆଇ ଓ ଆଉ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ତହସିଲ ଦାର ଚାନ୍ଦପୁର ଥାନାରେ ଏତଲା ଦେଇଛନ୍ତି। ପଥର ମାଫିଆମାନେ ଏହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।
The post ତହସିଲଦାରଙ୍କ ଗାଡ଼ି ଉପରକୁ ପଥର ମାଡ଼ appeared first on Odisha Reporter.
from Odisha Reporter https://ift.tt/308m9CC
No comments:
Post a Comment