ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସଚିବାଳୟ କର୍ମଚାରୀଙ୍କ କରୋନା ଟେଷ୍ଟ ପାଇଁ ପରାମର୍ଶ ଦିଆଯାଇଛି। ଯେଉଁ କର୍ମଚାରୀ କରୋନା ଲକ୍ଷଣ ଅନୁଭବ କରୁଛନ୍ତି, ସେମାନେ ନିଜର ଟେଷ୍ଟ ପାଇଁ ସ୍ୱାବ ଦେଇ ପାରିବେ। କ୍ୟାପିଟାଲ ହସ୍ପିଟାଲ ଯାଇ ସେମାନେ ସ୍ୱାବ ଦେଇ ପାରିବେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସଚିବାଳୟ କର୍ମଚାରୀ ସଂଘକୁ ଚିଠି ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୮,୯୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦,୦୪୧ ଜଣ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ଏ ଯାଏ କରୋନା ଯୋଗୁ ୧୫୯ ଜଣ ଆଖି ବୁଜି ସାରିଲେଣି।
The post ସଚିବାଳୟ କର୍ମଚାରୀଙ୍କର ହେବ କରୋନା ଟେଷ୍ଟ appeared first on Odisha Reporter.
from Odisha Reporter https://ift.tt/30XA5i5
No comments:
Post a Comment