କାମାକ୍ଷାନଗର (ବିଦ୍ୟାଧର ବରାଳ): ୩ ହଜାର ଟଙ୍କା ପାଇଁ ଜଣେ ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଲତାବିଲ ଗାଁରେ।
ଅଭିଯୋଗ ଅନୁସାରେ, ଶିଖର ବେହେରା ଗାଁର ଆଉ ଦୁଇ ଜଣ ଯୁବକଙ୍କ ସହିତ ମିଶି କବାଡ଼ି ବ୍ୟବସାୟ କରୁଥିଲେ। ଶିଖର ତାଙ୍କର ଦୁଇ ସହଯୋଗୀଙ୍କୁ ୩ ହଜାର ଟଙ୍କା ଦେବାର ଥିଲା। କିନ୍ତୁ ସେମାନେ ବାରମ୍ୱାର ଟଙ୍କା ମାଗିବା ସତ୍ତ୍ୱେ ସେ ଟଙ୍କା ଦେଉ ନଥିଲେ ଓ ଏହାକୁ ନେଇ ଝଗଡ଼ା ମଧ୍ୟ ହେଉଥିଲା। ଗତ ସୋମବାର ଶିଖର ତାଙ୍କ ଘରକୁ ଯାଉଥିବା ବେଳେ ତାଙ୍କର ଏହି ଦୁଇ ସହଯୋଗୀ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ।
ଶିଖରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କାଟପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ଏହି ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।
The post ୩ ହଜାର ଟଙ୍କା ପାଇଁ ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ appeared first on Odisha Reporter.
from Odisha Reporter https://ift.tt/2CFPj2v
No comments:
Post a Comment