ସାନିଟାଇଜର ଉପରେ ଲାଗିବ ୧୮% ଜିଏସ୍‌ଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 15, 2020

ସାନିଟାଇଜର ଉପରେ ଲାଗିବ ୧୮% ଜିଏସ୍‌ଟି

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ମାସ୍କ ଓ ସାନିଟାଇଜରର ଚାହିଦା ବଢ଼ିବାରେ ଲାଗିଛି। ପୂର୍ବରୁ ଏହାକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ଦେଇଥିବା ଭାରତ ସରକାର ଏବେ ସାନିଟାଇଜର ଉପରେ ଜିଏସଟି ଲାଗୁ କରିବାକୁ ଯୋଜନା କରୁଛନ୍ତି।

ସାନିଟାଇଜର ଆଲକୋହଲ ବେସ୍‌ଡ ହୋଇଥିବାରୁ ଏହା ଉପରେ ୧୮% ଜିଏସ୍‌ଟି ଲାଗୁ କରିବାକୁ ଚିନ୍ତା କରାଯାଉଛି। ଅଥୋରିଟି ଫର ଆଡଭାନ୍ସ ରୁଲିଂ(ଏଏଆର) ପକ୍ଷରୁ କୁହାଯାଇଛି ଯେ ଆଲକୋହଲ ଯୁକ୍ତ ସାନିଟାଇଜର ଉପରେ ୧୮% ଜିଏସ୍‌ଟି ଲାଗୁ କରାଯାଇ ପାରେ। କାରଣ ଏଥିରେ ଆଲକୋହଲ ଥିବାରୁ ଏଭଳି ବ୍ୟବସ୍ଥା କରାଯିବ।

Springfield India Distilleries ନାମକୁ ଗୋଟିଏ କମ୍ପାନୀ ଗୋଆରେ ଥିବା ଏଏଆର ବେଞ୍ଚର ଦ୍ୱାରସ୍ଥ ହୋଇଥିଲା। କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ କ’ଣ ହ୍ୟାଣ୍ଡ ସାନିଟାଇଜର ଜିଏସ୍‌ଟି ବାହାରେ ରହିଛି କି? ତେବେ ଏହାର ଜବାବରେ ଏଏଆର ପକ୍ଷରୁ କୁହାଯାଇଛି ଯେ ସାନିଟାଇଜର ହେଉଛି ଆଲକୋହଲ ଯୁକ୍ତ।

ଏହାକୁ ଏଚଏସଏନ ୩୮୦୮ ଅନୁଯାୟୀ ବିଭକ୍ତୀକରଣ କରାଯାଇଛି। ତେଣୁ ଏହା ଉପରେ ୧୮% ଜିଏସଟି ଲାଗୁ ହୋଇପାରିବ। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ରଖିଥିଲେ ହେଁ ଏହା ଉପରେ ଜିଏସଟି ଲାଗିବ କି ନାହିଁ, ତା’ର ନିଷ୍ପତ୍ତି ପାଇଁ ଜିଏସଟି କମିଟି ନେବ। ଜିଏସଟି ତାଲିକାର କ’ଣ ବାଦ ପଡ଼ିବ, ତା’ର ନିଷ୍ପତ୍ତି  କେବେଳ କମିଟି ହିଁ ନେଇପାରିବ।

The post ସାନିଟାଇଜର ଉପରେ ଲାଗିବ ୧୮% ଜିଏସ୍‌ଟି appeared first on Odisha Reporter.



from Odisha Reporter https://ift.tt/38UXmVt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages