ଆଜିଠୁ କଟକ ଓ ଗଞ୍ଜାମରେ ହେବ ଆଣ୍ଟିଜେନ ଟେଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 6, 2020

ଆଜିଠୁ କଟକ ଓ ଗଞ୍ଜାମରେ ହେବ ଆଣ୍ଟିଜେନ ଟେଷ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ କଟକ ଓ ଗଞ୍ଜାମରେ ହେବ ଆଣ୍ଟିଜେନ ଟେଷ୍ଟ। କଟକ ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ। ପରୀକ୍ଷା ପରେ ହିଁ ନୂଆ ରୋଗୀଙ୍କୁ ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଡମିଶନ କରାଯିବ।
କଟକ ଓ ଏହି ସହରର ୩ଟି ପ୍ରମୁଖ ହସ୍ପିଟାଲ SCB, ଆଚାର୍ଯ୍ୟ ହରିହର କ୍ୟାନସଲ ହସ୍ପିଟାଲ ଓ ଶିଶୁ ଭବନରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ରବିବାର ଏହି ନିଷ୍ପତ୍ତି ନିଆଯାଇଥିଲା।

ରାଜ୍ୟରେ ୫ ହଜାର ଆଣ୍ଟିଜେନ କିଟ୍ ପହଞ୍ଚିଯାଇଛି। ଆଣ୍ଟିଜେନ କିଟ୍ ଜରିଆରେ କରୋନା ସଂକ୍ରମଣ ହୋଇଛି କି ନାହିଁ, ତାହା ଶୀଘ୍ର ଜଣାପଡ଼ିବ। ଅଳ୍ପ ଦିନ ଭିତରେ ଆଉ ୨୦ ହଜାର ଆଣ୍ଟିଜେନ କିଟ୍ ଆସିବ ବୋଲି ସୂଚନା ମିଳିଛି।

ରାପିଡ୍ ଆଣ୍ଟିଜେନ ଟେଷ୍ଟ କିଟ୍ ଗଞ୍ଜାମରେ ପହଞ୍ଚିଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ତେଣୁ ଗାଇଡଲାଇନ୍‌ ଅନୁସାରେ ଆଜିଠୁ ଗଞ୍ଜାମରେ ଆଣ୍ଟିଜେନ ଟେଷ୍ଟ ହେବା ନେଇ ସୂଚନା ଦିଆଯାଇଛି।

The post ଆଜିଠୁ କଟକ ଓ ଗଞ୍ଜାମରେ ହେବ ଆଣ୍ଟିଜେନ ଟେଷ୍ଟ appeared first on Odisha Reporter.



from Odisha Reporter https://ift.tt/3e6b2Or

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages