ମାର୍କୋଣା ପଞ୍ଚାୟତ ୪୮ ଘଣ୍ଟା ଶଟ୍‌ଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 6, 2020

ମାର୍କୋଣା ପଞ୍ଚାୟତ ୪୮ ଘଣ୍ଟା ଶଟ୍‌ଡାଉନ୍‌

ସୋର(ଶଶୀକାନ୍ତ ବେହେରା): ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକର ମାର୍କୋଣା ପଞ୍ଚାୟତର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ମାର୍କୋଣା ସରପଞ୍ଚ ପ୍ରଦୀପ କୁମାର ବେହେରା ପଞ୍ଚାୟତକୁ ୪୮ଘଣ୍ଟା ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ଆଜି ସକାଳ ୬ଟାରୁ ୯ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହି ଶଟ୍‌ଡାଉନ୍ କଟକଣା ବଳବତ୍ତର ରହିବ। ଏହି ସମୟରେ ଔଷଧ ଦୋକାନ ଖୋଲା ରହିବ। ଏଥିସହ ସବୁ ସ୍ଥାନକୁ ସାନିଟାଇଜ କରାଯିବ।  ଏନେଇ ସରପଞ୍ଚ ପଞ୍ଚାୟତର ସମସ୍ତ ଗାଁରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିଛନ୍ତି।

କରୋନାରେ ଆକ୍ରାନ୍ତ ହୋଇଥିବା ଯୁବକଜଣକ କିଛି ଦିନ ତଳେ ବାଙ୍ଗାଲୋରରୁ ଆସି ୭ଦିନ ସିମୁଳିଆ କଲେଜରେ କ୍ୱାରେଣ୍ଟାଇନରେ ରହିଥିଲେ। ଏହାପରେ ସେ ତାଙ୍କ ଘରକୁ ପଳାଇ ଯାଇଥିଲେ। ସେ କ୍ୱାରେଣ୍ଟାଇନ୍‌ରେ ଥିବା ସମୟରେ ତାଙ୍କ ସ୍ୱାବ ଟେଷ୍ଟ  ପାଇଁ ଯାଇଥିଲା। ଗତକାଲି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ହେଲେ ସେ କିଛି ବ୍ୟକ୍ତିଙ୍କ ସହ ମିଳାମିଶା କରିବା, ସେଲୁନ ଏବଂ ବିଭିନ୍ନ ଦୋକାନକୁ ଯାଇଥିବାରୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ୫୦ଜଣଙ୍କ  ସ୍ୱାବ ନମୂନା ସଂଗ୍ରହ କରାଯାଇଛି।

The post ମାର୍କୋଣା ପଞ୍ଚାୟତ ୪୮ ଘଣ୍ଟା ଶଟ୍‌ଡାଉନ୍‌ appeared first on Odisha Reporter.



from Odisha Reporter https://ift.tt/3f8QtlB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages