କଳା ରଙ୍ଗ ପାଇଁ ରାଜକୁମାରଙ୍କୁ ମିଳି ନଥିଲା ଲିଡ୍ ରୋଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 12, 2020

କଳା ରଙ୍ଗ ପାଇଁ ରାଜକୁମାରଙ୍କୁ ମିଳି ନଥିଲା ଲିଡ୍ ରୋଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ରାଜକୁମାର ରାଓ ନିଜର ଚମତ୍କାର ଅଭିନୟ ପାଇଁ ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟତା ଅର୍ଜନ କରିବା ସହ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି। କିନ୍ତୁ ଏଥିପାଇଁ ରାଜକୁମାରଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। ତାଙ୍କ ସଂଘର୍ଷର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

୨୦୧୭ରେ ଏକ ସାକ୍ଷାତକାରରେ ରାଜକୁମାର କହିଥିଲେ ଯେ, ସେ ଗୋରା ହୋଇ ନଥିବାରୁ ଓ ତାଙ୍କର ମସଲ୍‌ସ ନଥିବାରୁ ଜଣେ ନିର୍ଦ୍ଦେଶକ ତାଙ୍କୁ ରିଜେକ୍ଟ କରିଥିଲେ।

ସେ କହିଥିଲେ, “୭ ବର୍ଷ ତଳେ ଯେବେ ମୁଁ ମୁମ୍ବାଇରେ କାମ ଖୋଜୁଥିଲି, ମୋ ଶରୀର ଗଠନ ଆଜି ପରି ନ ଥିଲା। ମୁଁ ଜଣେ ନିର୍ଦ୍ଦେଶକଙ୍କ ନିକଟରେ ଅଡିଶନ ଦେଇଥିଲି, ଯିଏ ତାଙ୍କ ପ୍ରଥମ ଫିଲ୍ମ କରୁଥିଲେ। ସେ ନିର୍ଦ୍ଦେଶକ ମୋ ଅଭିନୟକୁ ପସନ୍ଦ କରିଥିଲେ। ମାତ୍ର ମୋତେ ମୁଖ୍ୟ ଚରିତ୍ରରେ ନେବା ପାଇଁ ମନା କରିଦେଇଥିଲେ। ଏହାର କାରଣ ଥିଲା ମୁଁ ଗୋରା ନଥିଲି ଏବଂ ଉକ୍ତ ଫିଲ୍ମ ପାଇଁ ମୋର ମସଲ୍‌ସ ନଥିଲା। ତେଣୁ ସେ ନିର୍ଦ୍ଦେଶକ ମୋତେ ଫିଲ୍ମରେ ଗୋଟିଏ ଛୋଟ ଚରିତ୍ରରେ ଅଭିନୟ କରିବା ପାଇଁ ଅଫର ଦେଇଥିଲେ। ହେଲେ ମୁଁ ଏହି ଫିଲ୍ମରେ ଅଭିନୟ କରି ନଥିଲି। କାରଣ ତାଙ୍କ ଫିଲ୍ମ ମେକିଙ୍ଗ ଥିଓରୀରେ ମୁଁ ସହମତ ନଥିଲି।”

ରାଜକୁମାର ରାଓ ଆହୁରି କହିଥିଲେ, ରଙ୍ଗକୁ ନେଇ ରିଜେକ୍ଟ ହେବା ପରେ ମୁଁ ନିର୍ଣ୍ଣୟ ନେଇଥିଲି ଯେ କୌଣସି ଫ୍ରେୟାରନେସ କ୍ରିମକୁ ପ୍ରୋମୋଟ କରିବି ନାହିଁ। ଏସବୁକୁ ନେଇ ମୁଁ ହତୋତ୍ସାହିତ ହୋଇ ନଥିଲି। କାହିଁକିନା ମୋତେ ଜଣାଥିଲା ଏସବୁ ହେବ। ଇଣ୍ଡଷ୍ଟ୍ରୀରେ ବିଭିନ୍ନ ପ୍ରକାରର ଲୋକ ରହିଛନ୍ତି। ଦିନେ ନା ଦିନେ ମୋତେ ଏପରି ଲୋକ ନିଶ୍ଚୟ ମିଳିବେ, ଯିଏ ମୋ ଦକ୍ଷତାକୁ ଦେଖି ଲିଡ୍‌ ରୋଲ ପାଇଁ ଅଫର କରିବେ। ଭଗବାନଙ୍କ କୃପାରୁ ମୁଁ କିଛି ଭଲ ଲୋକଙ୍କ ସଂସ୍ପର୍ଶରେ ଆସିଥିଲି। ହେଲେ ଯେତେ ଟଙ୍କା ଅଫର ମିଳିଲେ ବି ମୁଁ କେବେ ଫେୟାରନେସ କ୍ରିମର ପ୍ରଚାର କରିନାହିଁ।

ସେ କହିଥିଲେ, ପ୍ରତ୍ୟେକ ଦିନ ଅନେକ ଲୋକ ମୁମ୍ବାଇକୁ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଆସୁଛନ୍ତି। ଇଣ୍ଡଷ୍ଟ୍ରୀରେ ଆଗକୁ ଯିବା ପାଇଁ ହେଲେ ସଂଘର୍ଷ କରିବାକୁ ପଡ଼ିବ ବୋଲି ମୋତେ ଜଣାଥିଲା। ମୁଁ ଶହ ଶହ ଅଡିଶନ ଦେଇଛି। ମୁମ୍ବାଇ ପରି ମହଙ୍ଗା ସହରରେ ଚଳିବା ପାଇଁ ଅନେକ ବିଜ୍ଞାପନ କରିଛି। ରିଜେକ୍ସନକୁ ସାମ୍ନା କରି ଦୃଢ଼ତାର ଆଗକୁ ବଢ଼ି ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଛି।

 

The post କଳା ରଙ୍ଗ ପାଇଁ ରାଜକୁମାରଙ୍କୁ ମିଳି ନଥିଲା ଲିଡ୍ ରୋଲ୍‌ appeared first on Odisha Reporter.



from Odisha Reporter https://ift.tt/301eCUT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages